ମେ ୨୩ ତାରିଖରେ ଏସିଆ କପ ହକି : ଭାରତ-ପାକିସ୍ତାନ ଲଢେଇ

ନୂଆଦିଲ୍ଲୀ, ୨୮/୦୪: ଆସନ୍ତା ମେ’ ମାସ ୨୩ ତାରିଖରୁ ଇଣ୍ଡୋନେସିଆର ଜାକର୍ତ୍ତାରେ ଖେଳାଯିବ ପୁରୁଷ ଏସିଆ କପ୍‌ ହକି । ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଟୁର୍ଣ୍ଣାମଣ୍ଟେର ପ୍ରଥମ ଦିନରେ ହିଁ ଭାରତ-ପାକିସ୍ତାନ ଭଳି ଏକ ଦମଦାର ମ୍ୟାଚ ଖେଳାଯିବ ।ଦୁଇଟି ପୁଲ୍‌ରେ ମୋଟ୍‌ ୮ଟି ଦଳ ସାମିଲ ହୋଇଛନ୍ତି । ପୁଲ୍‌ ଏ’ରେ ଭାରତ, ପାକିସ୍ତାନ, ଜାପାନ ଓ ଇଣ୍ଡୋନେସିଆ । ସେମିତି ପୁଲ୍‌ ବି’ରେ ମାଲେସିଆ, ଦକ୍ଷିଣ କୋରିଆ, ଓମାନ ଓ ବାଂଲାଦେଶ ରହିଛନ୍ତି । ପୁଲର ପ୍ରଥମ ମ୍ୟାଚ୍‌ରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍‌ ମେ’ ୨୩ ତାରିଖରେ ଖେଳାଯିବ । ସେହିପରି ୨୪ ତାରିଖରେ ଜାପାନ ଏବଂ ୨୬ ତାରିଖରେ ଇଣ୍ଡୋନେସିଆକୁ ଭାରତ ଭେଟିବ । ଉଭୟ ପୁଲ୍‌ରୁ ଦୁଇଟି ଲେଖାଏଁ ଦଳ ସୁପର-୪କୁ ଯୋଗ୍ୟତା ଅର୍ଜନ କରିବେ । ପ୍ରତିଯୋଗିତା ମେ’ ୨୩ରୁ ଆରମ୍ଭ ହୋଇ ଜୁନ ୧ ତାରିଖରେ ଶେଷ ହେବ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: