ମୋଟର ସାଇକେଲ୍ ରେ ୧୦୦ ଦିନର ଯାତ୍ରା

ନୂଆଦିଲ୍ଲୀ,୨୩।୬:ମୋଟର ସାଇକେଲ୍ ରେ ୧୦୦ ଦିନର ଯାତ୍ରା ।ସେଭ୍ ସଏଲ୍ ଅଭିଯାନରେ ସଦଗୁରୁ ଜଗି ବାସୁଦେବ ୩୦ ହଜାର କିଲୋମିଟର ଅତିକ୍ରମରେ ୭୪ଟି ଦେଶ ଭ୍ରମଣ କରିଛନ୍ତି। । ବିଶ୍ୱର ୩୨୦ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ମୃତ୍ତିକା ସଂରକ୍ଷଣର ବାର୍ତ୍ତା। ମହିଶୂରରେ ଏହି ଯାତ୍ରାର ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ସଦଗୁରୁ। ସଂରକ୍ଷଣ ପ୍ରୟାସରେ ମୃତ୍ତିକା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହି ଅଭିଯାନରେ ସେ ଭେଟିଥିବା ସମସ୍ତ ଦେଶର ସରକାର ତାଙ୍କୁ ସକାରାତ୍ମକ ଭାବେ ପ୍ରତିକ୍ରିୟା ଜଣାଇଥିଲେ ଏବଂ ସଏଲ୍ ପଲିସି ଡିକ୍ଲାରେସନ୍ ଦେଇଥିଲେ। କ୍ଷୁଦ୍ର ଦେଶ ଗୁଡ଼ିକରେ ମୃତ୍ତିକା ସଂରକ୍ଷଣ ପାଇଁ ତାଙ୍କ ସଂସ୍ଥା ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହ ସମସ୍ତଙ୍କୁ ପ୍ରତିଦିନ ୧୦ ମିନିଟ ଲେଖାଏଁ ମୃତ୍ତିକା ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି ଦିଗରେ ବିନିଯୋଗ କରିବାକୁ ସଦଗୁରୁ ଆହ୍ବାନ ଦେଇଛନ୍ତି |

sadhguru1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!