ମାଲକାନାଗିରି ,୨୩।୯ : ମାଲକାନାଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଛି । ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି । ତେବେ ଗତକାଲି ତାଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା । ମୋଟୁରୁ ନିଜ ଘର ନଖରାକୁ ଆସୁଥିବା ବେଳେ ଧରାପଡ଼ିଥିଲେ । ଖୋର୍ଦ୍ଧା ନିକଟରେ ସୁଶାନ୍ତଙ୍କୁ ଧରି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା । ଆଉ ଏହି ସମୟରେ ଘରର ତଲାସୀ ନିଆଯାଉଥିବା ବେଳେ ଏକ ସେଲ୍ ଡିବ୍ ଠାବ କରାଯାଇଥିଲା । ନିଜ ପତ୍ନୀଙ୍କ ନାଁରେ ନିକଟରେ କିଣିଥିବା ପ୍ଲଟ୍ ସେଲଡିଡ୍ ମିଳିଥିଲା । ୨୪ ଲକ୍ଷ ୯୦ ହଜାରରେ ପ୍ଲଟ୍ କିଣିବା ନେଇ ସେଲଡିଡ୍ ମିଳିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |