ମାଲକାନଗିରି, ୧୫/୬(ଶ୍ରୀନିବାସ ପଣ୍ଡା):ମାଲକାନଗିରି ଜିଲ୍ଲା ସବ ଜେଲ ର କାରନାମା ଯେତେ ଲେଖିଲେ ମଧ୍ୟ ଦିନକୁ ଦିନ ନୂତନ ତଥ୍ୟ ସାମ୍ନାକୁ ଆସୁଛି। ଏହି ଯେପରି ଗୁଣ୍ଡୁ ମାଦ୍ରୀ କଥା। ପୂର୍ବରୁ ପାଠକଙ୍କୁ ଅବଗତ କରାଇଥିଲୁ, ସେ କିପରି ଜଣେ ଅକ୍ଷର ଶୁନ୍ୟ ଭଟାଚାର୍ଯ୍ୟ ହତ୍ୟା ଅପରାଧୀ ହେଇ ମଧ୍ୟ ପାରୋଲରେ ଥାଇ ଜେଲ ଫାର୍ମାସିଷ୍ଟ ଙ୍କ ଅନୁପସ୍ଥିତରେ ଦୀର୍ଘଦିନ ଧରି ଜେଲ ଡିସ୍ପେନସରି ରେ ସାତ ସହ ପଚାଶ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଥିଲେ। ନିଜେ ସୁପରିଟେଣ୍ଡେଣ୍ଟ ଏବଂ ତାଙ୍କ କଳା କର୍ମର ଘନିଷ୍ଟ ସହଯୋଗୀ ହେଡ ୱାଡ଼ର୍ ଗୁଣ୍ଡୁ ମାଦ୍ରୀ ଙ୍କୁ ତାଙ୍କ ଘରୁ ନେବା ଆଣିବା କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ପାରୋଲ ସମୟ ନିଜ ପରିବାର ସହ ବିତେଇ ନପାରିବାରୁ ଅତିଷ୍ଠ ହେଇ ଜେଲ ଭିତରର ସମସ୍ତ ଗୁମର ମିଡିଆରେ ପ୍ରକାଶ କରିବାକୁ ବାଧ୍ୟ ହେଇଥିଲେ। ଖବର ବ୍ୟାପକ ଭାବେ ପ୍ରଚାର ହେବା ଦ୍ୱାରା ଜେଲ ବିଭାଗ ବାଧ୍ୟ ହୋଇ ଗୋଟାକ ପରେ ଗୋଟିଏ ତଦନ୍ତ ଧାରାବାହିକ ଭାବରେ କରି ଚାଲିଛନ୍ତି। ଏସବୁରେ ବିବ୍ରତ ହୋଇ ସୁପରିଟେଣ୍ଡେଣ୍ଟ ଅନନ୍ୟୋପାୟ ହେଇ ବର୍ତ୍ତମାନ ଗୁଣ୍ଡୁ ମାଦ୍ରୀଙ୍କ ସରଣାଗତ। ଜେଲ ଖବର ପ୍ରକାଶିତ ହେବାର କିଛି ଦିନ ପରେ ଗୁଣ୍ଡୁ ମାଦ୍ରୀଙ୍କୁ ହେଡ ୱାର୍ଡର ଦୁଇ ଚକିଆ ଗାଡ଼ିରେ ବସାଇ ଜେଲକୁ ନେଇଥିଲେ। ଗୁଣ୍ଡୁ ମାଦ୍ରୀ କହୁଛନ୍ତି, ଜେଲ ଅଫିସରେ ବସାଇ ସୁପରିଟେଣ୍ଡେଣ୍ଟ ଏବଂ ହେଡ ୱାଡ଼ର୍ ପୂର୍ବରୁ ଦେଇଥିବା ବୟାନ ବଦଳାଇବାକୁ ବାଧ୍ୟ କରୁଛନ୍ତି। କହୁଛନ୍ତି ଆମେ ଆଉ ଥରେ ମିଡିଆ ଵାଲାଙ୍କୁ ଡାକିବୁ, ତମେ କହିବ ମୁଁ ପୂର୍ବରୁ ଦେଇଥିବା ବୟାନ ମିଡିଆ ଵାଲାଙ୍କ କଥାରେ ପଡି ଦେଇଥିଲି। ସେକଥା ସମ୍ପୂର୍ଣ୍ଣ ମିଛ। କାରଣ ତମର ସଜା ସରିନାହିଁ। ତମେ ଏହି ଜେଲରେ ରହିବ ଆମେ ମଧ୍ୟ ଏଇଠି ରହିବୁ। ସମସ୍ତେ ମିଳିମିଶି ରହିବା। ଏଠାରେ ପ୍ରଶ୍ନ ଉଠୁଛି ଜେଲ ଭଳି ଗୋଟିଏ ସମ୍ବେଦନଶୀଳ ସଂସ୍ଥାର ଏତେବଡ ଦୁର୍ନୀତିକୁ ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ସରକାର ଗୁରୁତ୍ତର ସହ ନନେଇ କଛପ ଗତିରେ ଲୋକ ଦେଖାଣିଆ ତଦନ୍ତ କରିଲେ, ଜନ ସାଧାରଣଙ୍କର ସରକାରଙ୍କ ପ୍ରତି ଆସ୍ଥା ତୁଟିଯିବ। ତେଣୁ ମାଲକାନଗିରିର କିଛି ସଚେତନ ଜନତା ଏସବୁର ବିଧିବଦ୍ଧ ତଦନ୍ତ ପାଇଁ ହାଇକୋର୍ଟ ରେ ଗୋଟିଏ ଜନସ୍ୱାର୍ଥ ମାମଲା ଦାଏର କରିବାକୁ ପ୍ରସ୍ତୁତ ହେଲେଣି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |