ବେଙ୍ଗାଲୁରୁ,୨୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଦେଖାଦେଲା ତ୍ରୁଟି । ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କର୍ନାଟକ ଗସ୍ତ ସମୟରେ ଏହି ଅଘଟଣ ଘଟିଛି। ଯେତେବେଳେ ପିଏମ ମୋଦିଙ୍କ କାର ଦାଭାନଗେରେ ଯାଉଥିଲା, ଜଣେ ଯୁବକ ତାଙ୍କ କାର ନିକଟକୁ ଧସେଇ ପଶିଥିଲେ। ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ସମୟରେ ଯୁବକ ଜଣକ ମୋଦିଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।ପ୍ରଧାନମନ୍ତ୍ରୀଙ୍କ ରାଲୀ ସମୟରେ ଜଣେ ଯିୁବକ ମୋଦିଙ୍କ ଆଡକୁ ଧାଇଁ ଆସିଥିବା ଦେଖିବାକୁ ମିଳିଛି । ମାତ୍ର ୩ ମାସରେ ଦୁଇ ଥର ଏପରି ଘଟଣା ଘଟି ଯାଇଛି । ତେବେ ଏହାପରେ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । ତେବେ ମୋଦିଙ୍କ ଆଡକୁ ଆସୁଥିବା ବ୍ୟକ୍ତିକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାକର୍ମୀ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କେତେ ସୁରକ୍ଷିତ ତାହାକୁ ନେଇ ଆଲୋଚନା ଜୋର ଧରିଛି ।ସୁରକ୍ଷାରେ ମୁତୟନ ଥିବା ପୋଲିସ କର୍ମଚାରୀ ତୁରନ୍ତ ଯୁବକଙ୍କୁ ଧରିଥିଲେ। ଯୁବକଙ୍କୁ ପଚରାଉଚରା କରାଯାଉଛି। ତିନିମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପିଏମ ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ପୁଣି ଥରେ ଏକ ଅଘଟଣ ଘଟିଛି। ଜାନୁଆରୀରେ କର୍ନାଟକର ହୁବଲିରେ ଜଣେ ଶିଶୁ ରୋଡ ଶୋ‘ରେ ପିଏମ ମୋଦିଙ୍କ ନିକଟରେ ପହଞ୍ଚି ଯାଇଥିଲେ।ମେ ମାସରେ କର୍ନାଟକରେ ବିଧାନସଭା ନିବ;ାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଶନିବାର ଭାଜପା ପକ୍ଷରୁ ଦାଭାନଗେରେଠାରେ ବିଜୟ ସଙ୍କଳ୍ପ ଯାତ୍ରା ଆରମ୍ଭ କରିଛି। ଭାଜପା ଅଭିଯାନର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିରାଟ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଏକ ରୋଡ ଶୋ କରିଥିଲେ। ଏହି ରୋଡ ଶୋ ସମୟରେ ଜଣେ ଯୁବକ ହଠାତ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ମୋଦିଙ୍କ କାର ଆଡକୁ ମାଡ଼ି ଆସିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଗିରଫ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |