ମୋବାଇଲ ନ ଦେବାରୁ ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୋରାପୁଟ, ୧୫/୦୪ :  ମୋବାଇଲ ନ ଦେବାରୁ ସାଙ୍ଗକୁ ହତ୍ୟା କଲେ ଅନ୍ୟ ଦୁଇ ସାଙ୍ଗ।   କୋରାପୁଟ ସହରର ମସିପୁଟ ଗ୍ରାମରେ ଏଭଳି   ହତ୍ୟାକାଣ୍ଡ ଘଟିଛି।ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟାକରି ଫିଙ୍ଗିଦେଲେ ଦୁଇ ସାଙ୍ଗ। ଗୁରୁବାର ଗାଁ ସ୍କୁଲ୍ ନିକଟରେ ୩ ସାଙ୍ଗ ମିଶି ମୋବାଇଲ୍ ଗେମ୍ ଖେଳୁଥିଲେ। ଏତିକି ବେଳେ ଜଣେ ସାଙ୍ଗ ଅନ୍ୟ ଦୁଇ ଜଣଙ୍କୁ ଗେମ୍ ଖେଳିବାକୁ ମୋବାଇଲ୍ ଦେଇନଥିଲା। ଏହାକୁ ନେଇ ଅନ୍ୟ ଦୁଇ ସାଙ୍ଗ ରାଗି ସମ୍ପୃକ୍ତ ଛାତ୍ରଙ୍କୁ ମାଡ଼ ମାରି ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଦେଇଥିଲେ। ଏହାପରେ ମୃତଦେହକୁ କୋଲାବ ନଦୀ ହୁଡ଼ାରେ ଫିଙ୍ଗି ଦେଇଥିଲେ। ଆଜି ସକାଳୁ ମୃତ ଛାତ୍ରଙ୍କ ବାପା ମୃତଦେହ ଚିହ୍ନଟ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୨ ନାବାଳକଙ୍କୁ ଅଟକ ରଖିଛି। ପ୍ରାଥମିକ ତଦନ୍ତରୁ ମୋବାଇଲ୍ ଗେମ୍ ପାଇଁ ହତ୍ୟା ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!