ମୋ ଅସ୍ଥି ବିସର୍ଜନ କରିବନି, ବ୍ୟାଙ୍କ ଲକରରେ ରଖିବ

ରାଉରକେଲା ,୦୭।୦୪: ନିର୍ଯାତିତ ସ୍ୱାମୀର ଶେଷ ଇଛା । ମୋ ଅସ୍ଥି ବିସର୍ଜନ କରିବନି । ବ୍ୟାଙ୍କ ଲକରରେ ରଖିବ । ଭାଇରାଲ ହେଲା ମୃତ୍ୟୁ ପୂର୍ବରୁ ଭିଡ଼ିଓ । ସିଭିଲ ଟାଉନସିପ୍‌ରେ ରହୁଥିବା ରାହୁଲ ଅଗ୍ରୱାଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସିଭିଲ ଟାଉନସିପ୍‌ ଅଞ୍ଚଳରେ ରହୁଥିଲେ ୩୫ ବର୍ଷୀୟ ରାହୁଲ । ମୃତଦେହ ମିଳିଛି ଜାମସେଦପୁର ନିକଟରୁ । ମୃତ୍ୟୁ ପୂର୍ବରୁ ରହୁଲ ନିଜେ କରିଛନ୍ତି ଭିଡ଼ିଓ ରେକଡିଂ । ବାପା ମାଆ, ଭାଇ ଭଉଣୀ, ପତ୍ନୀ ଓ ପୁଅ ଝିଅଙ୍କ ବିଷୟରେ କହିଛନ୍ତି । ମିଛ ଯୌତୁକ ମାମଲା ଦେଇଛି ମାନସିକ ନିର୍ଯାତନା । ମିଛ ଯୌତୁକ ମାମଲା ପାଇଁ ବଦନାମ ହୋଇଛି ମୋ ପରିବାର । ୨୦୧୨ ମସିହାରେ ରାହୁଲ ଅଗ୍ରୱାଲ ଜାମସେପୁର ଅଞ୍ଚଳରେ କରିଥିଲେ ବିବାହ । ଶାଶୁ, ଶ୍ୱଶୁର ଓ ଶଳାଙ୍କ ପ୍ରରୋଚନାରେ ସ୍ତ୍ରୀ କରିଛନ୍ତି ମାମଲା । ଫଳରେ ତାଙ୍କର ଓ ପରିବାର ଲୋକଙ୍କ ମର୍ଯ୍ୟାଦାହାନି ହୋଇଛି । ମାନସିକ ଭାବେ ଭାଙ୍ଗି ପଡ଼ିବା ପରେ ମୃତ୍ୟୁର ରାସ୍ତାକୁ ବାଛିଛନ୍ତି । ମୋ ମୃତ୍ୟୁ ପାଇଁ ଶ୍ୱଶୁର, ଶାଶୁ ଓ ଶଳା ଦାୟୀ ରହିବେ । ତିନି ମାସ ହେଲା ପୁଅ ଝିଅକୁ ଦେଖିନାହାନ୍ତି । ମିଛ ଯୌତୁକ ମାମଲାକୁ ନେଇ ସ୍ୱାମୀ କଲେ ଆତ୍ମହତ୍ୟା । ଅନ୍ୟପକ୍ଷରେ ରାହୁଲ ମୃତ୍ୟୁ ପୂର୍ବରୁ ଜାରି କରିଥିବା ଭିଡ଼ିଓରେ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ଆମ ପରିବାର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଯେଉଁ ଅଭିଯୋଗ ହୋଇଛି । ତାହାର ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ପତ୍ନୀଙ୍କ ପରିବାର ଲୋକଙ୍କ ଲାଇଭ୍‌ ଡିଟେକ୍ଟ ଟେଷ୍ଟ କରାଯାଉ । ସେମାନେ ସତ କହୁଛନ୍ତି କି ମିଛ କହୁଛନ୍ତି ତାହା ସ୍ପଷ୍ଟ ହୋଇଯିବ । ସେ ଆହୁରି କହିଛନ୍ତି ଯେ, ପୁଲିସ୍‌ ତାଙ୍କ ପରିବାର କଥା କିଛି ଶୁଣୁନଥିଲା । ଟଙ୍କା ନେଇ ପୁଲିସ୍‌ ଶ୍ୱଶୁର ଘର ଲୋକଙ୍କ କଥା ଶୁଣୁଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: