ସୁପରିଟେଣ୍ଡେଣ୍ଟ ନିର୍ଦୟ ଭାବରେ କଏଦୀ ମାନଙ୍କୁ ମାଡ ଦିଅନ୍ତି ?
ମାଲକାନଗିରି, ୧୮/୬(ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜେଲ ବିଷୟରେ ପୂର୍ବରୁ ଅନେକ ଥର ବିଭିନ୍ନ ସମ୍ବାଦ ପତ୍ର ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଫଳତଃ ତଦନ୍ତ ପରେ ତଦନ୍ତ ହେଉଥିବା ସୂତ୍ରରୁ ପ୍ରକାଶ। ବୋଧହୁଏ ଓଡ଼ିଶାର କୌଣସି ଜେଲରେ ଏପରି କାରନାମା ପୂର୍ବରୁ କେବେ ଶୁଣାଯାଇନଥିଲା। ଯେଉଁ ଗୁଣ୍ଡୁ ମାଦ୍ରୀ ଜେଲର ସମସ୍ତ ଗୁମର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମ୍ନାରେ ପ୍ରକାଶ କରିଥିଲେ, ପରବର୍ତୀ ଅବସ୍ଥାରେ ସୁପରିଟେଣ୍ଡେଣ୍ଟ ଗୁଣ୍ଡୁ ମାଦ୍ରୀଙ୍କୁ ଜେଲ ଅଫିସକୁ ନେଇ ବୟାନ ବଦଳାଇବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ଗୁଣ୍ଡୁ ମାଦ୍ରୀ ରୋକଠୋକ ମିଛ ବୟାନ ଦେବାକୁ ମନା କରିଦେଇଥିଲେ। ଏବେ କିଂ କର୍ତବ୍ୟ ବିମୁଢ଼ ହେଇ ସୁପରିଟେଣ୍ଡେଣ୍ଟ ସାମ ଦାମ ଦଣ୍ଡ ନୀତି ପ୍ରୟୋଗ କରୁଥିବା ଜଣାପଡିଛି। ନିକଟରେ ସୁପରି ଟେଣ୍ଡେଣ୍ଟଙ୍କ ଅତ୍ୟନ୍ତ ବିଶ୍ବସ୍ତ ହେଡ ୱାଡ଼ର୍ ଏବଂ ସ୍ୱୟଂ ସୁପରିଟେଣ୍ଡେଣ୍ଟ ଗୁଣ୍ଡୁ ମାଦ୍ରୀଙ୍କୁ ଧମକ ଦେଇଥିବା ନିଜେ ଗୁଣ୍ଡୁ ମାଦ୍ରୀ ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅଫିସ ଏବଂ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସି ସି ଟିଭି ସରକାର ରାଜକୋଷ ରୁ ଅର୍ଥବ୍ୟୟ କରି ଲଗାଉଛନ୍ତି କଣ ଡ଼କୁମେଣ୍ଟାରୀ ଫିଲ୍ମି ସୁଟିଂ କରିବା ପାଇଁ। ତଦନ୍ତ ଆଳରେ ଅଯଥା ସମୟ ନଷ୍ଟ କରି ପରାକାନ୍ତରେ ସୁପରିଟେଣ୍ଡେଣ୍ଟଙ୍କୁ ଖସି ଯିବାର ସୁଯୋଗ ଦେବାପରି ଜଣାପଡୁଛି। ଆଜି ପର୍ଯ୍ୟନ୍ତ ସି ସି ଟିଭି ଫୁଟେଜ କୁ ତଦନ୍ତରେ ସାମିଲ କରିନଥିବା ପ୍ରତୀୟମାନ ହେଉଛି। ଯଦି ଏହିପରି ତଦନ୍ତ ଚାଲେ ତାହେଲେ ଗୁଣ୍ଡୁ ମାଦ୍ରୀଙ୍କ ଭୟ ସୁପରି ଟେଣ୍ଡେଣ୍ଟ ଜେଲରେ ପିଟିପିଟି ମାରିଦେବେ। ତାଙ୍କର କହିବା ଅନୁସାରେ ଛୋଟ ଛୋଟ ଭୁଲ କରିଲେ ସୁପରିଟେଣ୍ଡେଣ୍ଟ କାଳେ ନିର୍ଦୟ ଭାବରେ କଏଦୀ ମାନଙ୍କୁ ମାଡ ଦିଅନ୍ତି। ସେଥିପାଇଁ ଗୁଣ୍ଡୁ ମାଦ୍ରୀ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।
</p>
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |