ମୁନିଗୁଡା,18/3 (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ନୋଡାଲ ହାଇସ୍କୁଲ ଠାରେ ପୁରାତନ ଛାତ୍ର ମାନଙ୍କୁ ନେଇ “ମୋ ସ୍କୁଲ” ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି l ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁସମନ୍ତ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁନିଗୁଡା ହାଇସ୍କୁଲର ପୂର୍ବତନ ଛାତ୍ର ସୁଧାକର ପାତ୍ର,ଜନ୍ମେଜୟ ନାୟକ,ତ୍ରିନାଥ ସାହୁ,ପି.ବାଲାଜୀ ପାତ୍ର,ଜି.କୁମାର ରାଜୁ,ଘନଶ୍ୟାମ ମାର୍ଥା,ମନୋଜ କୁମାର ସାହୁ,ପ୍ରଣବ କୁମାର ନିସଙ୍କ,ହାଇସ୍କୁଲ ଶିକ୍ଷକ ଦାମୋଦର ସାମଲ,ସମୀର ସାହୁଙ୍କ ସମେତ ଅନ୍ୟ ଛାତ୍ର ମାନେ ଉପସ୍ଥିତ ରହି ଆଗାମୀ ଦିନରେ ବିଦ୍ୟାଳୟର ଉର୍ଣ୍ଣତି କରଣ ପାଇଁ ଆର୍ଥିକ ସହାୟତା କିପରୀ ହୋଇ ପାରିବ ଏବଂ ପୂର୍ବତନ ଛାତ୍ର ମାନଙ୍କ ସହ ଯୋଗାଯୋଗ କରି “ମୋ ସ୍କୁଲ” ଅଭିଯାନ ସମ୍ପର୍କରେ ଅବଗତ କରାଇ କିପରୀ ସଚେତନତା କରାଯିବ ସେନେଇ ଆଲୋଚନା କରାଯାଇଥିଲା l ଗତ ବର୍ଷ ପୁରାତନ ଛାତ୍ର ମାନଙ୍କ ଠାରୁ କିଛି ଟଙ୍କା ଆଦାୟ କରାଯାଇଥିଲା ଚଳିତ ବର୍ଷ ମଧ୍ୟ ସେହିପରି ଭାବେ ସ୍କୁଲ ପାଇଁ ସହଯୋଗ କଲେ ନିଶ୍ଚିତ ରୂପେ ଆଗାମୀ ଦିନରେ ବହୁ କାର୍ଯ୍ୟରେ ଆସିବ ବୋଲି ପୂର୍ବତନ ପ୍ରଧାନ ଶିକ୍ଷକ ଦାମୋଦର ସାମଲ ପ୍ରକାଶ କରିଥିଲେ l ତେବେ ବୈଠକରେ ଯୋଗ ଦେଇଥିବା ଛାତ୍ର ମାନେ ସ୍କୁଲ ପାଇଁ ନିଶ୍ଚୟ ସହଯୋଗ କରାଯିବ ଏବଂ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ୱାଟସଅପ ଗ୍ରୁପରେ ସ୍କୁଲ ବ୍ୟାଙ୍କ ଖାତା ନମ୍ବର ସେୟାର କରି ସହଯୋଗ ପାଇଁ ନିବେଦନ କରାଯିବା ସହ ସ୍କୁଲର ଅନ୍ୟ ପୁରାତନ ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କ ଠାରୁ ମଧ୍ୟ ଆଦାୟ କରିବାକୁ ଚେଷ୍ଟା କରାଯାଉ ବୋଲି ପିରାମର୍ଶ ଦେଇଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |