ବ୍ରହ୍ମପୁର,୧୪/୩(ମନୋଜ କୁମାର ପାତ୍ର):ମହାନଗର ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ବ୍ରହ୍ମପୁର ସହରର ଅଧିକାଂଶ ସାହିରେ ରାସ୍ତା, ନାଳ, ପାନୀୟ ଜଳ ର ଘୋର ଅଭାବ ରହିଛି। ୩୬ନଂ ୱାର୍ଡ ଲାଞ୍ଜିପଲୀ ଉମାନଗର ଅଞ୍ଚଳରେ ଆଜି ମଧ୍ୟ ରାସ୍ତା ଓ ନାଳ ର ଅଭାବରେ ରାସ୍ତା ଉପରେ ମଇଳା ପାଣି ବୋହିବା ଓ ପାନୀୟ ଜଳର ଘୋର ଅଭାବ ଦେଖାଯିବ।ଆଦି ଅଭାବନୀୟ ପରିସ୍ଥିତି ଦେଖାଯାଉଛି।ବାରମ୍ବାର ଅଭିଯୋଗ ସତ୍ୱେ ମହାନଗର କମିଶନର କୌଣସି ପଦକ୍ଷେପ ନେଉନାହାନ୍ତି।କରୋନା କରୋନା ର ମହାମନ୍ତ୍ର ଜପି ଦେଖିବା କରିବା କହି କହି ଦିନ ଗଡାଉଛନ୍ତି।ଉମାନଗର ପଞ୍ଚମ ଲାଇନ ର ନାଳ ସଫେଇ ଓ ନିର୍ମାଣ ନେଇ ବହୁବାର ଆଇନଜୀବୀ ଅବନୀ ଗୟା କମିଶନରଙ୍କୁ ସାକ୍ଷାତ କରି ଅବଗତ କରିଥିଲେ ବି କମିଶନର କୌଣସି ପଦକ୍ଷେପ ନେଇନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ସେହିପରି ଉମାନଗର ଅଷ୍ଟମ ଲାଇନର ରାସ୍ତା ଓ ନାଳ କରାଯାଇନଥିବାରୁ ସାହି ମଝିରେ ମଇଳାପାଣି ଜମାହୋଇ ଅତ୍ୟନ୍ତ ଗନ୍ଧ ଓ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି।ପ୍ରକାଶ ଯୋଗ୍ୟଯେ, ଉକ୍ତ ଅଂଚଳ ମହାନଗର ନିଗମର 36ନଂ ୱାର୍ଡ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ଅଂଚଳ ହୋଇଥିବାରୁ ବର୍ତମାନ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବାକୁ ଶାସକ ଦଳ ର ପ୍ରତିନିଧି କିଏ ! ଜନଗଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।ଅନ୍ୟପକ୍ଷରେ ୟୁଜର୍ସ ଫି ଲାଗୁ କରିବା, ଘର ଟିକସ ବହୁ ଗୁଣରେ ବୃଦ୍ଧି କରିବା ତଥା ବିଭିନ୍ନ ପ୍ରକାର ଟିକସ ଲଦିବାରେ କମିଶନର ମହୋଦୟ ଆଗେଇଥିବା ବେଳେ ଲୋକଙ୍କ ମୌଳିକ ସମସ୍ୟାଗୁଡିକୁ ସମାଧାନ କରିବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଛନ୍ତି।ତୁରନ୍ତ ଉମାନଗର ଅଂଚଳର ରାସ୍ତା, ନାଳ ନିର୍ମାଣ ନ ହେଲେ କମିଶନର ମହୋଦୟ ଜନଅସନ୍ତୋଷର ସମ୍ମୁଖୀନ ହେବେ ବୋଲି ଆଜି ଅବନୀ ଗୟା ଏକ ପ୍ରେସବିବୃତିରେ ମତବ୍ୟକ୍ତ କରିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |