ଯାତ୍ରୀବାହୀ ଅଟୋରେ ଭୟଙ୍କର ବିସ୍ଫୋରଣ

ମାଙ୍ଗାଲୁରୁ, ୨୦/୧୧: କର୍ଣ୍ଣାଟକର ମାଙ୍ଗାଲୁରୁରେ ଯାତ୍ରୀବାହୀ ଅଟୋରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ପରେ ଛାନିଆ ହୋଇଛନ୍ତି ସ୍ଥାନୀୟ ଲୋକେ। ଭୟଭୀତ ନ ହୋଇ  ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛି ପୋଲିସ୍‌ । ଏଥିସହ ତଦନ୍ତ ଶେଷ ନ ହେବା ଯାଏ କୌଣସି ପ୍ରକାରର ଗୁଜବ ପ୍ରଚାର ନ କରିବାକୁ ଅନୁରୋଧ କରିଛି । ଏହି ବିସ୍ଫୋରଣରେ ଅଟୋରେ ଥିବା ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଶନିବାର ଦିନ ଉପକୂଳବର୍ତ୍ତୀ କର୍ଣ୍ଣାଟକର ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଆକସ୍ମିକ ନୁହେଁ, ସାଙ୍ଘାତିକ କ୍ଷତି ଘଟାଇବା ପାଇଁ ଅଭିସନ୍ଧି ଥିବା ଆତଙ୍କବାଦ କାଣ୍ଡ ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ ଚଳାଇଛି । ମାଙ୍ଗାଲୁରୁ ପୁଲିସ୍‌ ମୁଖ୍ୟ ଏନ୍ ଶଶି କୁମାର କହିଛନ୍ତି, “ବିସ୍ଫୋରଣକୁ ନେଇ କେହି ଆତଙ୍କିତ ହୁଅନ୍ତୁ ନାହିଁ । ଆମେ ଗୁଜବ ପ୍ରଚାର ନ କରିବାକୁ ଲୋକଙ୍କୁ ଅନୁରୋଧ କରୁଛୁ । ସେମାନେ ଆତଙ୍କିତ ନ ହୋଇ ଶାନ୍ତ ରୁହନ୍ତୁ । ତଦନ୍ତ ପରେ ସବୁ କିଛି ଘଟଣାର ସୂଚନା ଦିଆଯିବ ।” ଡ୍ରାଇଭର କହିଛନ୍ତି ଯେ ସେ ଗାଡ଼ିରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଉଭୟ ଡ୍ରାଇଭର ଓ ଯାତ୍ରୀ ଏବେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଅବସ୍ଥା ଗୁରୁତାର ଥିବାରୁ ଏମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ରାଜ୍ୟ ପୁଲିସକୁ ସହଯୋଗ କରୁଥିବା କଥା କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ମଧ୍ୟ ସୁନିଶ୍ଚିତ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!