ଯାତ୍ରୀବାହୀ ବସ୍‌ ଓଲଟି ୨୦ରୁ ଅଧିକ ଜଣ ଆହତ

ଭଦ୍ରକ ,୨୩।୦୩:  ଯାତ୍ରୀବାହୀ ବସ୍‌ ଓଲଟି ୨୦ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଏହି ବସ ଦୁର୍ଘଟଣାରେ ୨୦ରୁ ୨୫ ଜଣ ଆହତ ହୋଇଥିବା ଜଣାପଡିଛି । କଲିକାତାରୁ କିଛି ଯାତ୍ରୀକୁ ନେଇ ଭୁବନେଶ୍ୱର ଆସୁଥିଲା ଜଗାକାଳିଆ ବସ୍ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ହଠାତ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ତେବେ ଏହି ଦୁର୍ଘଟଣାରେ ୨୦ରୁ ୨୫ ଜଣ ଆହତ ହୋଇଥିବା ଜଣାପଡିଛି । ଏହାସହିତ ସମସ୍ତଙ୍କୁ ଆହତକୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: