ଯାଦବ ସମାଜର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର

ମାଲକାନଗିରି, ୨୨/୯( ଶ୍ରୀନିବାସ ପଣ୍ଡା):– ମାଲକାନଗିରି ଯାଦବ ମହାସଭା ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ଯାଦବ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଛି। କେବିକେ ଅଞ୍ଚଳର ଯାଦବ ( ଗଉଡ଼ )ମାନେ ଅତ୍ୟନ୍ତ ପଛୁଆ ଏବଂ ଆର୍ଥିକ ଅନଗ୍ରସର ଏବଂ ସମୁଦାୟ ଜନସଂଖ୍ୟାର ଅଠର ପ୍ରତିଶତ ହେଇଥିବାରୁ ଯାଦବ ମାନଙ୍କୁ ସରକାରୀ ସ୍ଥରରେ ସଂରକ୍ଷଣ ବ୍ୟବସ୍ଥା ସହିତ, ସେମାନଙ୍କର ଦ୍ରୁତ ବିକାଶ ପାଇଁ ଯାଦବ ବିକାଶ ପରିଷଦ ଗଠନ କରିବାକୁ ଦାବି ଜଣେଇଛନ୍ତି। ଯାଦବ ମାନଙ୍କର ଗୋପାଳନ ମୁଖ୍ୟ ବେଉସା ହେଇଥିବାରୁ, କେବିକେ ଅଞ୍ଚଳରେ ଜବରଦଖଲରେ ଥିବା ଗୋଚର ଜମିକୁ ଦଖଲକାରୀଙ୍କ କବ୍ଜାରୁ ମୁକ୍ତ କରିବା ସହ ଓମ୍ଫେଡ଼ ପରି ସଂସ୍ଥାର ସୁପରିଚାଳନା ପାଇଁ ନିର୍ଦେଶକ ପଦବୀ ଯାଦବ ମାନଙ୍କ ପାଇଁ ସଂରକ୍ଷିତ କରିବା ପାଇଁ ମଧ୍ୟ ଦାବିରେ ଉଲ୍ଲେଖ କରିଛନ୍ତି। ଏହିପରି ଦଶ ଦଫା ଯୁକ୍ତିଯୁକ୍ତ ଦାବି ସ୍ମାରକପତ୍ରରେ ଉଲ୍ଲେଖ ଥିବା ପ୍ରକାଶ। ଆଜିର ଶୋଭାଯାତ୍ରାକୁ ଯାଦବ ସମାଜର ସଭାପତି କବିରାଜ ପରମେଶ୍ୱର ଗୌଡ଼, ସମ୍ପାଦକ ସଦାଶିବ ଗୌଡ଼ ଏବଂ ଆବାହକ ଗଙ୍ଗାଧର ଗୌଡ଼ ନେତୃତ୍ୱ ନେଇଥିବା ଦେଖାଯାଇଛି।

WhatsApp Image 2021 09 22 at 8.29.53 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: