ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ପ୍ରଥମ ପ୍ରତ୍ୟକ୍ଷ ‘କ୍ବାଡ୍ ନେତୃମଣ୍ଡଳୀଙ୍କ ଶିଖର ସମ୍ମିଳନୀ’ରେ ଯୋଗଦେବା ସହ ଏବର୍ଷ ପ୍ରାରମ୍ଭରେ କ୍ଷମତାସୀନ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେପ୍ଟେମ୍ବର ୨୨ ରୁ ୨୫ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ମୁଁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ‘ଇଣ୍ଡିଆ-ୟୁଏସ୍ କମ୍ପ୍ରେହେନ୍ସିଭ୍ ଗ୍ଲୋବାଲ୍ଷ୍ଟ୍ରାଟେଜିକ୍ ପାର୍ଟନର୍ସିପ୍’ର ସମୀକ୍ଷା କରିବା ସହ ପାରସ୍ପାରିକ ସ୍ବାର୍ଥବିଜଡ଼ିତ ଆଞ୍ଚଳିକ ଏବଂ ବୈଶ୍ବିକ ସମସ୍ୟା ପ୍ରସଙ୍ଗରେ ମତବିନିମୟ କରିବି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |