ଯୁବକବି ସଞ୍ଜୟ କୁମାର ମିଶ୍ରଙ୍କୁ ସୁନ୍ଦର ମୋ ଭାଷା ସାହିତ୍ୟ ନବ ଜ୍ୟୋତି ସମ୍ମାନ

ସୁବର୍ଣ୍ଣପୁର ,୭/୧ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ତେନ୍ତୁଳିମହଦା ଗ୍ରାମର ଯୁବକବି ସଞ୍ଜୟ କୁମାର ମିଶ୍ରଙ୍କୁ ସୁନ୍ଦର ମୋ ଭାଷା ସାହିତ୍ୟ,ଜମ୍ଭରା, କେନ୍ଦୁଝର,ଓଡିଶା ତରଫରୁ ” ସୁନ୍ଦର ମୋ ଭାଷା ସାହିତ୍ୟ ନବ ଜ୍ୟୋତି ସମ୍ମାନ ୨୦୨୦ ” ସମ୍ବର୍ଦ୍ଧିତ କରାଯାଇଛି । ବର୍ଷସାରା ଅନଲାଇନ କବିତା ଆସର ଓ ସାପ୍ତାହିକ ଓଡିଓ କବିତା ଆସରରେ ତାଙ୍କର ଅପୂର୍ବ ସୃଷ୍ଟି ଓ ସୃଷ୍ଟିକୁ ଜୀବନ୍ତ କରିବାରେ ରସବୋଧ ଆବୃତ୍ତି ଓ ଲାଳିତ୍ୟ କଣ୍ଠଦାନର ନିୟମିତ ଅଭୀପ୍ସା ରେ ବିମୋହିତ ହୋଇଛି ନିରବଚ୍ଛିନ୍ନ ସାପ୍ତାହିକ କବିତା ଆସରର ଶୁଦ୍ଧ ପରିବେଶ । ନିଷ୍କାମ ଶ୍ରଦ୍ଧା ବାଣୀ ଭଣ୍ଡାରକୁ ଅକୁଣ୍ଠିତ ଦାନ ଓ ସୁନ୍ଦର ମୋ ଭାଷା ସାହିତ୍ୟକୁ ଦୁର୍ଲଭ ସମର୍ପଣ ପାଇଁ ତାଙ୍କୁ ଏ ନବବର୍ଷ ପହିଲି ପାହାଚରେ ଅନନ୍ୟ ପ୍ରତିଭାଧାରୀ ଭାବରେ ସମ୍ମାନ ପ୍ରଦାନ କରାଯାଇଛି । ସଞ୍ଜୟ କୁମାର ମିଶ୍ର ସମ୍ମାନିତ ହେବାପରେ ଚାରିଆଡୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି ।

WhatsApp Image 2021 01 07 at 4.46.33 AM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: