ବ୍ରହ୍ମପୁର,୮/୧୧(ମନୋଜ କୁମାର ପାତ୍ର): କରୋନା ମହାମାରୀ ବିରୁଦ୍ଧରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟକୁ ସଠିକ ଭାବେ ତୁଲାଉଥିବା ସ୍ବେତ୍ସାସେବୀ, ସାମ୍ବାଦିକ,ଅଙ୍ଗନବାଡି କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଛି ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯୁବ ଉତ୍କଳ ଫାଉଣ୍ଡେସନ । ଆଜି ବ୍ରହ୍ମପୁର ଜ୍ୟୋତି ରେସିଡେନ୍ସି ପରିସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କରୋନା ସମୟରେ ସଠିକ୍ ଦାୟିତ୍ୱ ତୁଲାଇ ସମାଜରେ ଉଚ୍ଚ ପ୍ରଶଂସିତ ହୋଇଥିବା ଏହି ଯୋଦ୍ଧା ମାନଙ୍କୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜନୀତିର ପୁରୁଖା ରାଜନେତା ତଥା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସମ୍ମନିତ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କୀର୍ତି ଭାସନ(ଆଇଏଏସ), ଓଡ଼ିଆ ଚଳଚିତ୍ର ଜଗତର ଅଭିନେତ୍ରୀ ତମନ୍ନା ଭ୍ୟାସ ପ୍ରମୁଖ ଯୋଗ ଦେଇଥିଲେ। ପରିବେଶ ସୁରକ୍ଷା, ଭିନ୍ନକ୍ଷମ ଓ ଅସହାୟ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ସହ ପାଠପଢା ନେଇ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏହି ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା। ଏଥିସହ କରୋନା ଲଢେଇରେ ନିଜକୁ ସାମିଲ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଅନୁଷ୍ଠାନର ରାଜ୍ୟ ସଭାପତି ଇରେଶ ରୋସନ ସ୍ବାଇଁଙ୍କ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ରୂପାଲି ପଟ୍ଟନାୟକ,ସମ୍ପାଦିକା ତନୁଜା ପରସର, ଗଞ୍ଜାମ ଜିଲ୍ଲା ସଭାପତି ସ୍ୱାଧୀନ ନାୟକ, ଉପ ସଭାପତି ରାଜ କିଶୋର ସାହୁ, ସମ୍ପାଦକ ଅଇଶୋରୀୟା ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଅନ୍ୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏଥିରେ ଗୋ-ସେବା ସଂଗଠନର ସ୍ବେଛାସେବୀ ଲଲାଟେନ୍ଦୁ ଚୌଧୁରୀ,ବିଜୁ ଲେଙ୍କା, ପ୍ରମୋଦ ସାହୁ, ସାମ୍ବାଦିକ ଆଲୋକ ସାହୁ, ଦେବହାରି ବେହେରା, ରାଧାଶ୍ୟାମ ଆଚାର୍ଯ୍ୟ, ଇତିଶ୍ରୀ ସମାପିକା ମହାନ୍ତି , ସମାଜସେବୀ ସନ୍ତୋସିନି ବେହେରା ଙ୍କୁ କୋଭିଡ ଯୋଦ୍ଧା ସମ୍ମାନ ରେ ଅତିଥିଗଣଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |