ଯୁବ ବକ୍ସରଙ୍କ ଅଭାବନୀୟ ମୃତ୍ୟୁ

ନୂଆଦିଲ୍ଲୀ ୦୪/୦୯: ଜଣେ ଯୁବ ମହିଳା ପ୍ରୋ ବକ୍ସରଙ୍କ ଅତି ଅଭାବନୀୟ ଭାବେ ମୃତ୍ୟୁ ଘଟିଛି । ସେ ହେଉଛନ୍ତି ମେକ୍ସିକୋର ୧୮ ବର୍ଷୀୟା ଜେନେଟ ଜାକାରିଆସ ଜାପାଟା । ଗତ ଶନିବାର ଦିନ ସେ ମଣ୍ଟ୍ରିଆଲରେ ମାରିଏ ପିୟରଙ୍କ ସହ ୱେଲଟରୱେଟ୍‌ ବର୍ଗରେ ଫାଇଟ୍‌ କରିଥିଲେ । ଚତୁର୍ଥ ରାଉଣ୍ଡରେ ଜାପାଟା ନକ୍‌ ଆଉଟ୍‌ ହୋଇଥିଲେ । ପିୟର ତାଙ୍କ ଉପରେ ଭୟଙ୍କର ଆକ୍ରମଣ କରିଥିଲେ । ଗୁରୁତର ଆହତ ହୋଇ ଜାପାଟା ରିଙ୍ଗ୍‌ରେ ଟଳି ପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ୫ ଦିନର ଚିକିତ୍ସା ପରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ପରଲୋକରେ ପ୍ରୋ ବକ୍ସିଂ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: