ମାଲକାନଗିରି,୩୦/୫( ଶ୍ରୀନିବାସ ପଣ୍ଡା): ଗତକାଲି ରାତିରେ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟରେ ଜଣେ ଗର୍ଭବତୀ ମହିଳାଙ୍କୁ B+ve ରକ୍ତ ଆବଶକ୍ୟ ଥିଲା l ରକ୍ତ ଅଭାବ ଯୋଗୁଁ ଗର୍ଭବତୀ ମହିଳା ଜଣକ ଗୁରୁତର ହେଇ ପାରନ୍ତି ବୋଲି ଡାକ୍ତର କହିଥିଲେ lବହୁତ ଖୋଜାଖୋଜି ପରେ ମଧ୍ୟ ରକ୍ତ ଯୋଗାଡ଼ ହେଇପାରିଲା ନାହିଁ l ଏହି ଖବର ଜାଣିବା ପରେ ଯୁବ ରେଡ଼ କ୍ରସ ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁଙ୍କ ସହଯୋଗରେ ରବି ରାଜେଶ ମାଲକାନଗିରି ଡେଲି ମାର୍କେଟର ବାସିନ୍ଦା ଏମଭି ଅଶୋକ କୁମାର ଙ୍କୁ ରକ୍ତଦାନ କରିବା ନିମନ୍ତେ କହିଥିଲେ l ଆଜି ଅଶୋକ କୁମାର ମେଡିକାଲ ଆସି ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରିଥିଲେ l ଯାହା ଫଳରେ ଜଣଙ୍କର ଜୀବନ ରକ୍ଷା ହେଇପାରିଥିଲା। ଅଶୋକ କୁମାର ବହୁତ ଖୁସି ଅନୁଭବ କରୁଛନ୍ତି। କାରଣ ସେ ଆଜି ପ୍ରଥମ ଥର ରକ୍ତଦାନ କରିଛନ୍ତି l ଠିକ ସମୟରେ ରକ୍ତ ରକ୍ତଦାନ କରିଥିବାରୁ ରୋଗୀର ପରିବାର ଲୋକେ ଅଶୋକ କୁମାର ଙ୍କୁ ଅଶେଷ ଧନ୍ୟବାଦ ଜଣେଇଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |