ବ୍ରହ୍ମପୁର-୨୦/୦୫(ମନୋଜ କୁମାର ପାତ୍ର):ବର୍ତ୍ତମାନ କରୋନା ସଂକ୍ରମଣ ଚାଲିଥିବା ବେଳେ ରୋଗୀଙ୍କ ନିମନ୍ତେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ଓଡିଶା ମୋ ପରିବାର ଓ ମହାନଗର ବିଜେଡ଼ି ମିଳିତ ଆନୁକୂଲ୍ୟରେ ଗଜପତି ନଗର ସ୍ଥିତପ୍ରାପ୍ତି କଲ୍ୟାଣ ମଣ୍ଡପ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଏମକେସିଜି ରକ୍ତ ଭଣ୍ଡାରରେ ରକ୍ତ ର ଘୋର ଅଭାବ ପରିଲକ୍ଷିତ ହୋଇଛି । ସେ ଅଭାବକୁ ଦୂରକରିବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ବରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବରର ଶୁଭାରମ୍ଭ କରିଥିଲେ । ଓଡିଶା ମୋ ପରିବାର ଓ ମହାନଗର ବିଜେଡ଼ି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ରକ୍ତଦାନ କରୁଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡା ଓ ଜୀବନ ବିନ୍ଦୁ ସଂଯୋଗ ସୁବାସ ମହାରଣା । ଜୀବନ ଦାନ ର ଅନ୍ୟ ନାମ ହେଉଛି ରକ୍ତଦାନ । ଯାହାର ବିକଳ୍ପ ନାହିଁ । ଏହା ଏକ ଅମୂଲ୍ୟ ସମ୍ପଦ । ତେଣୁ ରକ୍ତ ଅଭାବ କୁ ଦୂର କରିବା ଏବଂ ଅନ୍ୟର ମୁହଁରେ ଖୁସି ଦେବା ପାଇଁ ଏହି କୋରନା ମହାମାରୀ ସମୟରେ ମଧ୍ୟ ବହୁ ଯୁବକ ସ୍ୱଇଚ୍ଛାରେ ଏବଂ ଉତ୍ସାହିତ ହୋଇ ରକ୍ତଦାନ କରୁଥିବା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡା । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ କି ରକ୍ତ ଅଭାବ ରୁ କେଁହି ମୃତ୍ୟୁ ନ କରନ୍ତୁ ତେଣୁ ରକ୍ତ ଦାନକରି ଅନ୍ୟର ଜୀବନ ବଞ୍ଚେଇବା କୁ ଆହ୍ୱାନ ଦେଇଥିଲେ ଜୀବନ ବିନ୍ଦୁ ସଂଯୋଗ ସୁବାସ ମହାରଣା । ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ଜୀବନବିନ୍ଧୁ ସଂଯୋଗ ସୁବାସ ମହାରଣା , ବିଜୟ ସାମଲ ,ମୋଦନ ଦଳାଇ , ତୁମ୍ବନାଥ ପଣ୍ଡା ,ଅଜିତ କୁମାର ପଣ୍ଡା,ଜ୍ୟୋତି ରଞ୍ଜନ ସାହୁ , ତେଜ ସ୍ୱାମୀ , ଧୀରେଶ ସାବତ , ସଚିନ୍ କୁମାର ପଣ୍ଡାଙ୍କ ସମେତ ଦଳର ବହୁକର୍ମୀ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |