‘ରକ୍ତ ଦେବୁ ପାଣି ଦେବୁ ନାହିଁ’

ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଓସ୍ତିଆ ଠାରେ ପ୍ରଥପ୍ରାନ୍ତ ସଭା

ରାଜକନିକା,୧୪/୩/ : ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ତରଫରୁ ଆଜି ଓସ୍ତିଆ ହନୁମାନ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ସଭାପତିତ୍ୱରେ ସମିତିର ଉପଦେଷ୍ଠା ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ସମ୍ପାଦକ ବିଧାନ ଦାସ, ଉମେଶ ମଲ୍ଲ, ସବିତା ବରଜ, ଦାମୋଦର ଧଳ, ହଳଧର ମଲ୍ଲିକ, ବିଜୟ ପଲାଇ, ମଙ୍ଗୁଳି ବେହେରା, ଅଶୋକ ବଳ, ଗୁଣନିଧି ବଳ, ଶରତ ରାଉତ, ରବିନ୍ଦ୍ରନାଥ ସ୍ୱାଇଁ, ବିଶ୍ୱନାଥ ନାୟକ, କ୍ଷୀରୋଦ ବେହୁରୀଆ, ବସନ୍ତ ବେହେରା, ଭରତ ବାରିକ୍ ଏବଂ ରାଜେନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ରକ୍ତ ଦେବୁ ପଛେ ହେଲେ ଖରସ୍ରୋତା ନଦୀରୁ ଟୋପାଏ ଜଳ ଦେବୁ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି । ଜୀବନର ଶେଷ ବିନ୍ଦୁ ଥିବାଯାଏ ଏ ଲଢେଇ ଜାରି ରହିବ । କୌଣସି ପରିସ୍ଥିତିରେ ଖରସ୍ରୋତାରୁ ବୁନ୍ଧାଏ ପାଣି କମ୍ପାନୀକୁ ଦିଆଯିବ ନାହିଁ ବୋଲି ଆଜିର ଏହି ପ୍ରଥପ୍ରାନ୍ତ ସଭାରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । । ଚଞ୍ଚକତା କରି ପ୍ରଶାସନ ଓ କମ୍ପାନୀର ଲୋକମାନେ ଓସ୍ତିଆ ଠାରେ କାମ ଆରମ୍ଭ କରିଥିବା ଯୋଜନାକୁ କାର୍ଯ୍ୟକାରୀ କରାଇ ଦିଆଯିବ ନାହିଁ ବୋଲି ସଂଗ୍ରାମ ସମିତି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଗଙ୍ଗାଧର ପଲାର, କିଶୋର ବେହେରା, ବିକାଶ ରାଉତ, ଅଲେଖ ବେହେରା, ଉଲ୍ଲାଷ ପଲାର, ଗୌତମ ବେହେରା, ନିରାକାର ସାହୁ, ରବିନ୍ଦ୍ର ରାଉତ, ନରହରି ରାଉତ, ସଦାନନ୍ଦ ବେହେରା, କାଙ୍ଗାଳି ରାଉତ, ରାମଚନ୍ଦ୍ର ସାହୁ, ଦାଶରଥି ନାୟକ, ଖଗେଶ୍ୱର ସେନାପତି, ଦାମୋଦର ମଲ୍ଲ, ଜୟରାମ ବେହୁରୀଆ, ବିଶ୍ୱମ୍ଭର ବିଶ୍ୱାଳ, ମୁକୁନ୍ଦ ରାଉତ, ଳକ୍ଷ୍ମୀଧର ଜେନା, ରାମ ଚନ୍ଦ୍ର ରାଉତ ପ୍ରମୁଖ ଓସ୍ତିଆ, ତରାସ, ଗୁଆଳିଗାଁ, ବୁରୁଡ଼ିଆ, ମହୁରୀଗାଁ, ଆରସା ଆଦି ଅଖପାଖ ଗାଁମାନଙ୍କରୁ ଶତାଧିକ ଲୋକ ଯୋଗଦେଇ କମ୍ପାନୀର କାର୍ଯ୍ୟକୁ ବିରୋଧ କରିବେ ବୋଲି ଆଜି ଶପଥ ନେଇଥିଲେ । ଆଜିର ଏହି ବୈଠକରେ ରାଜକନିକା ବରିଷ୍ଠ ନାଗରିକ ମଞ୍ଚ ସଂଗ୍ରାମ ସମିତିକୁ ସମର୍ଥନ ଜଣାଇ ଏହି ଆନ୍ଦୋଳନରେ ସାମିଲ ହେବାନେଇ ସଂପାଦକ ଗୁଣନିଧି ବଳ ଘୋଷଣା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: