ରଘୁନାଥ ମହାପାତ୍ରଙ୍କ ବଡ ପୁଅଙ୍କ ଯଶୋବନ୍ତଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର,୨୦/୦୮: ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ଗତ ୯ ତାରିଖରେ ମହାମାରୀ କରୋନାରେ ଦେହାନ୍ତ ହୋଇଥ ଥିଲା ତାଙ୍କର ଏକାଦଶାହ ଅନ୍ତ୍ୟେଷ୍ଟି କ୍ରିୟାର ଅବ୍ୟବହିତ ପୂର୍ବରୁ ସାନ ପୁତ୍ର ପ୍ରଶାନ୍ତ ଚାଲିଗଲେ ଆରପାରିକୁ। ପୁଣି ବାରରେ ବଡ ପୁଅର ଯଶୋବନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ଓଃ.. କି ଦାରୁଣ ଦୁଃଖ । ନିୟତିର ଏ କି ନିଷ୍ଠୁର ନିଷ୍ପତ୍ତି । ଆଗ ପଛ ହୋଇ ମହାମାରୀରେ ଚାଲିଗଲେ ବାପା ଓ ୨ ପୁୃଅ । ଯଶୋବନ୍ତ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: