ରଜ ପାଇଁ କମିସନରେଟ୍‌ ପୁଲିସର ଆରମ୍ଭ ହେଲା ସ୍ବତନ୍ତ୍ର ଡ୍ରାଇଭ୍

ଭୁବନେଶ୍ୱର,୧୧/୦୬ : ଟ୍ବିନ୍‌ ସିଟିରେ ସଂକ୍ରମଣ କମିଛି। ହେଲେ କଟକଣା କୋହଳ କରାଯାଇନାହିଁ। ତେଣୁ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି ପୁଲିସ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନେବ। ଆରମ୍ଭରୁ ଯେମିତି ଟ୍ବିନ୍‌ସିଟି ବାସିନ୍ଦା ପୁଲିସକୁ ସହଯୋଗ କରି ଆସିଛନ୍ତି, ସେମିତି ଆଉ କିଛି ଦିନ ସହଯୋଗ କରିବା ପାଇଁ ପୁଲିସ କମିସନର୍‌ ଅନୁରୋଧ କରିଛନ୍ତି।   ଲକଡାଉନ୍ ଜାରି ରହିଥିବା ବେଳେ ଭିଡ଼କୁ ନେଇ କମିସନରେଟ ପୁଲିସକୁ ବେଶ ନାକେଦମ୍ ହେବାକୁ ପଡ଼ିଲା। ଅଧିକାଂଶ ଜାଗାରେ ଲୁଗା ଦୋକାନ ସିଲ୍ ଓ ଦୋକାନୀଙ୍କୁ ଜରିମାନା ହୋଇଛି ସତ କିନ୍ତୁ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଛି। ତେବେ ଆଗକୁ ରଜ ପର୍ବ ଆସୁଥିବାରୁ ଯେପରି ଏହାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୁଲିସ ଆହୁରି କଠୋର୍‌ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି। ରଜ ପାଇଁ ଲୁଗା ଦୋକାନ ଖୋଲି ବେପାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ। ଦରକାର ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏ ନେଇ ଆଜିଠାରୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି। କଟକ ଓ ଭୁବନେଶ୍ୱର ଡିସିପିଙ୍କ ସମେତ ସବୁ ଥାନା ଆଇଆଇସି, ଜୋନ୍ ଏସିପିମାନଙ୍କୁ ନିଜ ନିଜ ଅଞ୍ଚଳରେ ଆଲର୍ଟ ରହିବାକୁ କୁହାଯାଇଛି। ଦୋକାନ ଆଗରେ ତାଲା ପକାଇ ପଛପଟ ଖୋଲି କିମ୍ବା ଗଳାବାଟ ଦେଇ ବେପାର କରୁଥିବା ଦୋକାନୀଙ୍କ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: