ରଥଯାତ୍ରା ପ୍ରସ୍ତୁତି ବୈଠକ

ପୁରୀ, ୦୫/୦୫ : ରଥଯାତ୍ରା ପ୍ରସ୍ତୁତି ବୈଠକ|ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବସିଲା ରଥ ପ୍ରସ୍ତୁତି ବୈଠକ। ପୁରୀ ସର୍କିଟ୍ ହାଉସ୍‌ରେ ଏହି ବୈଠକ ବସିଛି। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ସେବାୟତ ସାମିଲ ହୋଇଛନ୍ତି। ଏହି ବୈଠକରେ ବିଶେଷ କରି ରଥକାଠ ଯୋଗାଣ ଠାରୁ ଆରମ୍ଭ କରି ରାସ୍ତାଘାଟ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଡ୍ରେନେଜ୍, ସ୍ୱରେଜ୍ ବ୍ୟବସ୍ଥା, ପାନୀୟଜଳ, ବିଦ୍ୟୁତ ଯୋଗାଣ, ଟ୍ରାଫିକ୍, ପାର୍କିଂ ଇତ୍ୟାଦି ବିଷୟରେ ଆଲୋଚନା କରାଯିବ। ଏହାସହ ସେବାୟତମାନଙ୍କ ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମନ୍ୱୟ ରକ୍ଷା କରି କିଭଳି ଶୃଙ୍ଖଳିତ ଭାବରେ ରଥଯାତ୍ରାର ଆୟୋଜନ ହେବ ସେନେଇ ବୈଠକରେ ଆଲୋଚନା ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: