ରଥଯାତ୍ରା ସମନ୍ୱୟ ବୈଠକ, ଆଜି ଭିଡିଓ କନଫରେନ୍ସରେ ସମୀକ୍ଷ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ,୧୮/୦୬:ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁରୀରେ ଆଜି ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତୃତୀୟ ସମନ୍ବୟ କମିଟି ବୈଠକ ପୁରୀ ଟାଉନ୍ ହଲରେ   ବୈଠକ  । ବୈଠକରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ଅନ୍ୟପଟେ ବିଭିନ୍ନ ବିଭାଗର ଏକାଧିକ ମନ୍ତ୍ରୀ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବୈଠକରେ ୭ ଜଣ ମନ୍ତ୍ରୀ ଓ ଉନ୍ନୟନ କମିଶନର ଉପସ୍ଥିତ ଥିଲେ । ପୋଲିସ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ । ତେବେ ବୈଠକରେ ରଥଯାତ୍ରା ପରିଚାଳନା, ଶୃଙ୍ଖଳିତ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା । ରଥଯାତ୍ରା, ବାହୁଡା, ସୁନା ବେଶ, ନୀଳାଦ୍ରୀ ବିଜେ ନେଇ ଆଲୋଚନା ହୋଇଥିଲା । ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ଜରୁରୀ ସେବା, ସଠିକ୍ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି । ସମୀକ୍ଷା ବୈଠକ ନେଇ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି କି, ‘ଚଳିତବର୍ଷ ରଥଯାତ୍ରାରେ ଭକ୍ତ ଭଲ ଅନୁଭବ ନେବେ । ସହଯୋଗ ପାଇଁ ସେବାୟତ ଓ ପୁରୀ ସହରବାସୀଙ୍କୁ ଧନ୍ୟବାଦ । କୋଭିଡ ଦୃଷ୍ଟିରୁ ଆମକୁ ସତର୍କ ରହିବାକୁ ପଡିବ । ଶୃଙ୍ଖଳିତ ରଥଯାତ୍ରା ନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରଥଯାତ୍ରା ଅବସରରେ ପୁରୀକୁ ଚାଲିବ ୧୩୭ଟି ସ୍ୱତନ୍ତ୍ର ଟ୍ରେନ୍ । ଭକ୍ତିଙ୍କ ସୂଚନା ପାଇଁ ପୁରୀରେ ରହିବ ୧୧ଟି ସୂଚନା କେନ୍ଦ୍ର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: