ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିବା ଘଟଣା

ଭୁବନେଶ୍ୱର, ୨୮।୦୧: ଭୁବନେଶ୍ୱର ରମା ଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ଗୋଟିଏ ପରେ ଗୋଟିଏ ପରଦା ହଟୁଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଛାନଭିନ କରିବା ପରେ ଗତକାଲି ସିସିଟିଭି ଫୁଟେଜରୁ ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଆଜି ଦୁଇ ଯୁବକଙ୍କୁ ଚିହ୍ନଟ କରିଥିଲା ପୋଲିସ। ଯାଜପୁର ଏସ୍‌ପି ଏ ନେଇ ସୂଚନା ଦେଇ  କହିଥିଲେ,  ରମାଦେବୀ କଲେଜରେ ଯୁକ୍ତି ୩ ପଢୁଥିବା ଛାତ୍ରୀଙ୍କ ମୃତ ଦେହ ମୂଳପାଳ ନିକଟରୁ ମିଳିଥିଲା। ସେ ନିଖୋଜ ଥିବା ତାଙ୍କ ବାପା କହିଥିଲେ। ତେବେ ପୋଲିସ ଅଭିଯୁକ୍ତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇ ନାହିଁ। ଅନ୍ୟପକ୍ଷେ ମୃତ ଛାତ୍ରୀ ଝରାଫୁଲଙ୍କ ବାପା ଝିଅର ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି। ସେ ଜଣେ ଯୁବକଙ୍କୁ ସନ୍ଦେହ କରୁଥିବା କହିଛନ୍ତି।   ଝରାଫୁଲର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ସଂପର୍କ ଥିଲା । ତେଣୁ ଝିଅର ମୃତ୍ୟୁ ପାଇଁ ରାକେଶକୁ ସନ୍ଦେହ କରାଯାଉଥିବା ତାଙ୍କ ବାପା ରମାକାନ୍ତ ନାୟକ   କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: