ଷ୍ଟକହୋମ ୦୭।୧୦: ରସାୟନ ବିଜ୍ଞାନରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜିନୋମ୍ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ ଲାଗି ଚଳିତ ଥର ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫିର ଏ ଦଉଡନାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଜରିଆରେ ସେହି କାର୍ଯ୍ୟକୁ ସମ୍ମାନିତ କରାଯାଉଛି, ଯାହାର ବର୍ତ୍ତମାନ ସମୟରେ ଅଧିକ ଉପଯୋଗ କରାଯାଉଛି। ଷ୍ଟକହୋମରେ ସ୍ଵିଡିଶ ଏକାଡେମୀ ଅଫ ସାଇସେନ୍ସର କମିଟି ବୁଧବାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ଗତଥର ରସାୟନ ବିଜ୍ଞାନରେ ଲିଥିୟ-ଆୟନ ବ୍ୟାଟେରୀ ତିଆରି କରିଥିବା ବୈଜ୍ଞାନିକ ଜନ ବି ଗୁଡଇନଫ, ଏମ ଷ୍ଟାନଲି ଓ୍ଵିଟିଙ୍ଘମ ଓ ଅକିରା ୟୋସିନଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ଭାବେ ସ୍ଵର୍ଣ୍ଣ ପଦକ ଏବଂ ଏକ କୋଟି ସ୍ଵିଡିଶ କ୍ରୋନା(ପ୍ରାୟ ୮.୨୦ କୋଟି ଟଙ୍କା) ଦିଆଯାଏ। ଏହି ପୁରସ୍କାର ସ୍ଵିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଦିଆଯାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |