ରାଇମୋହନଙ୍କ ଘରେ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର,୨୫।୬ :ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ।  ଅଭିନେତା ରାଇମୋହନ ଆତ୍ମହତ୍ୟା ଉପରୁ ପରଦା ହଟାଇବା ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। ପ୍ରାଚୀ ବିହାର ସ୍ଥିତ ରାଇମୋହନ ପରିଡା ବାସଭବନରେ କମିଶନରେଟ ପୋଲିସର ଏକ ମହିଳା ଟିମ୍ ପହଞ୍ଚିଛି  |ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି ମଞ୍ଚେଶ୍ୱର ପୋଲିସ । ଅନେକ ଲୋକଙ୍କ ଭିନ୍ନ ମତ ଏବଂ କାରଣ ଯୋଗୁଁ ଏବେ ସନ୍ଦେହ ଘେରକୁ ଆସିଛି ରାଇମୋହନଙ୍କ ମୃତ୍ୟୁ ମାମଲା ।କମିସନରରେଟ ପୁଲିସର ଏକ ମହିଳା ଟିମ୍‌ ଆଜି ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପ୍ରାଚୀବିହାରସ୍ଥିତ ରାଇମୋହନ ପରିଡାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହି ସ୍ବତନ୍ତ୍ର ମହିଳା ଟିମ୍‌ରେ ୪ ଜଣ ସଦସ୍ୟ ଅଛନ୍ତି। ପୁଲିସ ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟାର କାରଣ ଖୋଜୁଛି। ଏଥି ପାଇଁ ରାଇମୋହନଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରୁଛି ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!