ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ପରଦା,୧୨ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର,୨୭/୦୬: ଅଭିନେତା ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ  ଉଠୁଛି ପରଦା ।  ଓଲିଉଡର ବରିଷ୍ଠ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପଛର କାରଣ ଖୁବ ଶୀଘ୍ର ଜଣାପଡିବ ବୋଲି ପୁଲିସର ଆଶା  ଛି ।  ତେବେ ଏହି ଘଟଣାକୁ ନେଇ ପୋଲିସର ୪ ଜଣିଆ ଟିମ ତଦନ୍ତ ଜାରି ରଖିଛି ।କ୍ୟାରିୟର ସଫଳତାର ଶୀର୍ଷରେ ଥିବା ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ କ’ଣ ପାଇଁ ଆତ୍ମହତ୍ୟା କଲେ?  ପୂର୍ବଦିନ ରାତିରେ ପରିବାର ଲୋକଙ୍କ ସହ ପ୍ରବଳ ଝଗଡ଼ା ହୋଇଥିଲା । ଯେଉଁଥିପାଇଁ ମାନସିକସ୍ତରରେ ଭାଙ୍ଗିପଡି଼ଥିଲେ ରାଇମୋହନ । ଯେଉଁଥି ପାଇଁ ସେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି । ପୁଲିସ ପରିବାର ଲୋକଙ୍କ ସହ ଏଯାବତ୍‌ ମୋଟ ୧୨ଜଣଙ୍କ ବୟାନ ରେକର୍ଡ କରିସାରିଛି । ଗତକାଲି ଡ୍ରାଇଭର ଅଶୋକ, ସ୍ତ୍ରୀ ରଞ୍ଜିତା, ୨ ଝିଅ ଓ ଜ୍ୱାଇଁଙ୍କଠାରୁ ପରିବାର ବିବାଦ ନେଇ ତଥ୍ୟ ଗୋଟାଇଥିଲା । ପୁଲିସର ଏକ ଟିମ୍‌ ରବିବାର ପଳାଶୁଣୀ ପ୍ରାଚୀବିହାର ଯାଇ ୨ଜଣ ପଡ଼ୋଶୀଙ୍କୁ ପଚରାଉଚରା କରିଛି । ବିଶେଷକରି, ‘ଉଦୟ-ପୁର’ ବିଲ୍ଡିଂରେ ରହୁଥିବା ୩ଜଣ ଭଡ଼ାଟିଆଙ୍କ ବୟାନ ରେକର୍ଡ କରିଛି । ଏମାନଙ୍କ ବୟାନକୁ ତର୍ଜମା ପରେ ପୁଲିସ କହିଛି, ଗୁରୁବାର ରାତିରେ ସେମାନଙ୍କ ଘର ଭିତରୁ ରାଇମୋହନ ଓ ଅନ୍ୟମାନଙ୍କ ବଡ଼ ପାଟି ଶୁଣାଯାଉଥିଲା । କୌଣସି କାରଣ ନେଇ ସ୍ତ୍ରୀ ଓ ୨ ଝିଅଙ୍କ ସହ ଯୁକ୍ତିତର୍କ ଚାଲିଥିଲା । କିଛି ସମୟ ପରେ ଝଗଡ଼ା ବନ୍ଦ ହୋଇଯାଇଥିଲା । ତେବେ ପୋଲିସର ତଦନ୍ତ ସମୟରେ କିଛି ଆଶ୍ଚର୍ୟ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୋଲିସର ସୂଚନା ଅନୁଯାୟୀ, ରାଇମୋହନ ପରିଡା ଆତ୍ମହତ୍ୟା ପଛରେ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ତେବେ ସେହି ଯୁବକ ଜଣକ ନିଶାଖୋର ହୋଇଥିବା ବେଳେ ସେ ରାଇମୋହନଙ୍କ ଘର ପାଖରେ ରହୁଥିଲେ । ଏଥି ସହିତ ସେହି ଯୁବକ ଜଣକ ରାଇମୋହନଙ୍କ ପରିବାର ସହ ଘନିଷ୍ଠ ହେବାକୁ ମଧ୍ୟ ଚେଷ୍ଟା କରୁଥିଲେ । ତେବେ ରାଇମୋହନଙ୍କ ବ୍ୟତୀତ ତାଙ୍କ ପରିବାର ସହ ଯୁବକଙ୍କର ଭଲ ସମ୍ପର୍କ ଥିବା ଜଣାପଡିଛି । ଯାହାକୁ ସହ୍ୟ କରିପାରୁନଥିଲେ ରାଇମୋହନ । ଏନେଇ ରାଇମୋହନ ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ । ଯାହା ଫଳରେ ରାଇମୋହନଙ୍କ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ତେବେ ସେହି ଯୁବକ ପାଇଁ ଘରେ କଳହ ସୃଷ୍ଟି ହେବାରୁ ରାଇମୋହନ ଏହିଭଳି ଏକ ଚରମ ନିଷ୍ପତି ନେଇଥିବା ପୋଲିସ ସନ୍ଦେହ କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: