ରାଉରକେଲା ,୧୪।୧୦: ରାଉରକେଲା ପୋଲିସ ପକ୍ଷରୁ ଏକ ଏନକାଉଣ୍ଟର କରାଯାଇଥିବା ବେଳେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ମୁସ୍ତାକ ଅହମ୍ମଦ ଏବଂ ମହମ୍ମଦ ଗୁଡୁ ନାମକ ଦୁଇ ଅପରାଧିଙ୍କୁ ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ନୂଆଗାଁ ମଣ୍ଡପ ଅଞ୍ଚଳରେ ପୋଲିସ ପକ୍ଷରୁ ଏହି ଏନକାଉଣ୍ଟର କରାଯାଇଥିଲା । ଉଭୟ ଅପରାଧୀ ଆହତ ଥିବା ବେଳେ ତାଙ୍କୁ ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ପକ୍ଷରୁ ରେଡ କରାଯାଇଥିବା ସମୟରେ ଉଭୟ ଅପରାଧୀ ପ୍ରଥମେ ଗୁଳି ଚାଳନା କରିଥିଲେ । ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ଉଭୟ ଆହତ ହୋଇଥିଲେ । ବହୁଚର୍ଚ୍ଚିତ ରେଲୱେ କଲୋନୀ ଗୋରେ ହତ୍ୟାକାଣ୍ଡରେ ଉଭୟ ସମ୍ପୃକ୍ତ ଥିବା ଜଣାପଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |