ବ୍ରହ୍ମପୁର,୦୭।୧୨ : ବ୍ରହ୍ମପୁର ଖଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଗିଂ କରିଥିବା ଅଭିଯୋଗରେ ୭ ଜଣ ଛତ୍ରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଫଳରେ ସେହି ୭ ଜଣଙ୍କୁ ସବୁଦିନ ପାଇଁ ବିଦ୍ୟାଳୟରୁ ସସପେଣ୍ଡ କରାଯାଇଛି । ତେବେ ଆଣ୍ଟିରାଗିଂ ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ଏହି ରାଗିଂ ଘଟଣାରେ ପୋଲିସକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାଧୀନତା ଦିଆଯାଇଛି । ତେବେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠ ନିଆଯିବ ବୋଲି ସୂଚନା ମିଳିଛି । ଏଥିସହିତ ସସପେଣ୍ଡ ହୋଇଥିବା ଛାତ୍ର୍ରମାନଙ୍କୁ ଯଦି କେହି କ୍ୟାମ୍ପସ ଭିତରେ ଦେଖନ୍ତି ସ୍ଥାନୀୟ ପୋଲିସକୁ ଜଣାଇବାକୁ ଆହ୍ୱାନ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |