ରାଜକନିକାରେ ଉଦ୍‌ଯାପିତ ହେଲା ବିଜେପିର ସେବା ସପ୍ତାହ

ରାଜକନିକା୨୦/୯ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ସେବା ସପ୍ତାହ ଉଦଯାପିତ ହୋଇଯାଇଛି । ରବିବାର ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆଳି ନିର୍ବାଚନ ମଣ୍ଡଳୀର କଂଟପଡ଼ା ଠାରେ ଉଦ୍‌ଯାପିତ ହୋଇଯାଇଛି । ସ୍ୱଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏକ ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମରେ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଏବଂ ଗରିବ ଲୋକମାନଙ୍କୁ ଫଳ ବଂଟନ, ଚାରା ରୋପଣ ପରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରି ଏହି ସେବା ସପ୍ତାହ କାର୍ଯ୍ୟକ୍ରମକୁ ଶେଷ କରିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜକନିକା ବ୍ଲକ୍ କଂଟପଡ଼ା ଗ୍ରାମପଂଚାୟତର ହାଟପଡ଼ିଆକୁ ସଫେଇ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସ୍ୱଛତା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ ହାଟପଡ଼ିଆରେ ସଫେଇ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବନେତା ସତ୍ୟରଞ୍ଜନ ନାୟକ, ରଞ୍ଜନ ନାୟକ, ବିଶ୍ୱଜିତ୍ ପାତ୍ର, ଭରତ ସେଠୀ, ଶ୍ରୀନାଥ ଦାଶ, ଅରଜିତ୍ ସେଠୀ, ବସନ୍ତ ଦାସ, ଅମର ଜେନା, କମଳ କୁମାର ସାମଲ, ଶରତ ନାୟକ, ଆନନ୍ଦ ସ୍ୱାଇଁ, ବିନୋଦ ନାୟକ, କମଳାକାନ୍ତ ନାୟକ, ସୁବ୍ରତ ସେଠୀ ଏବଂ ବେଲାଳସେନ ନାୟକ ପ୍ରମୁଖ ସଫେଇ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ ଆଜି ଗାଁ ଦାଣ୍ଡ, ସହର ବଜାର ପରିଷ୍କାର ପରିଚ୍ଛନ୍ନ ହୋଇପାରିଥିବାର କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!