ରାଜକନିକାରେ ବାତ୍ୟା ବିପନ୍ନଙ୍କୁ ବିଜେପି ପକ୍ଷରୁ ସହାୟତା

ରାଜକନିକା,୧୧/୬ :ରାଜକନିକା ବ୍ଲକ୍‌ର ଚରପଡ଼ା ଠାରେ ବାତ୍ୟା ‘ୟାସ୍‌’ର ପରିବତ୍ତୀ ପରିସ୍ଥିତିରେ ଦୁଃସ୍ଥିତିରେ ଥିବା ପରିବାର ବର୍ଗଙ୍କୁ ବିଜେପି ଦଳ ତରଫରୁ ସହାୟତା ପ୍ରଦାନ କରାଯାଇଛି । ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା, ୨୭ ନମ୍ବର ଜୋନ୍ ସଭାନେତ୍ରୀ ଅନୁରାଧା ସାମଲ, ୩ ନମ୍ବର ଜୋନ୍ ସଭାପତି ଅକ୍ଷୟ ଦାସ, ବାମଦେବ ଦାସ ଏବଂ ପଶ୍ଚିିମ କନିକା ପ୍ରଭାରୀ ମନୋଜ ସେନାପତି ପ୍ରମୁଖ ଯୋଗଦେଇ ୪୦ ପରିବାରକୁ ପାଲ ସହିତ ସୁଖିଲା ଖାଦ୍ୟ ପଦାର୍ଥ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହୃର୍ଷିକେଶ ବେହେରା, ପ୍ରସନ୍ନ ପରିଡ଼ା, ଜୀବନାନନ୍ଦ ମଳିକ, ଅମୀୟ କମୁାର ମଲ୍ଲିକ, ଚିତ୍ତରଞ୍ଜନ ବେହେରା, ରାକେଶ ସାମଲ, ଅଧିକାରୀ ନାୟକ, ଅକ୍ଷୟ କୁମାର ଦାସ ଏବଂ ରାକେଶ ସାମଲ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!