ରାଜକନିକାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ରାଜକନିକା,୬/୪ : ରାଜକନିକା କଣ୍ଟପଡ଼ା ନେଉଳଗଡ଼ିଆ ଠାରେ ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୨୮ ନମ୍ବର ଜୋନ୍ ସଭାପତି ରାଜେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ ଯୋଗଦେଇ ଜନତା ଙ୍କ ହିତରେ ଭାରତୀୟ ଜନତା ପାର୍ଟି ସବୁବେଳେ କାର୍ଯ୍ୟକରିଆସୁଛି । ଦେଶର ସୁରକ୍ଷାକୁ ପ୍ରାଥମିତା ଦେବା ସହିତ ଜନଗଣଙ୍କ ଉନ୍ନତି ପାଇଁ ସବୁବେଳେ ବହୁ ଯୋଜନା କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଉଥିବାର ସେ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ୨୭ ନମ୍ବର ଜୋନ୍ ସଭାନେତ୍ରୀ ଅନୁରାଧା ସାମଲ, ୨୯ ନମ୍ବର ଜୋନ୍ ସଭାପତି ନିହାର ରଞ୍ଜନ ନାୟକ, ୨ ନମ୍ବର ଜୋନ୍ ସଭାପତି ରାଜେନ୍ଦ୍ର ସାମଲ, ୪ ନମ୍ବର ଜୋନ୍ ସଭାପତି ବାଦଲ ନନ୍ଦ, ଯୁବନେତା ସତ୍ୟରଞ୍ଜନ ନାୟକ, ରାଜୀବ ଲୋଚନ ବାରିକ୍‌, ଅମର ବାରିକ୍‌, ସଞ୍ଜୟ ରାଉତ, ରାଜେଶ ସାମଲ ଓ ଅମର କୁମାର ଦାସ ପ୍ରମୁଖ ଯୋଗଦେଇ ବିଜେପି ଦଳର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସଂପର୍କରେ ଆଲୋକପାତ୍ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯଶଗାନ କରିଥିଲେ । ଏହି ଅବସରରେ ବିଜେପି କର୍ମୀମାନେ ପ୍ରଭାତ ଫେରି କରିବା ସହିତ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏହା ସହିତ ଦଳର ପ୍ରତିଷ୍ଠାତାଙ୍କ ଫଟୋଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଳି ଏବଂ ରାଜକନିକା ବ୍ଳକ୍‌ର କର୍ମୀମାନେ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: