ରାଜକନିକାରେ ବିଜେପି ପକ୍ଷରୁ ସାଂସଦ ଅନୁଭବଙ୍କ କୁଶପୁତଳିକା ଦାହ

ରାଜକନିକା,୭/୯(ଓଡିଆନ ମିଡିଆ):ରାଜକନିକା ବ୍ଲକ ଅନ୍ତର୍ଗତ କଂଟପଡ଼ା ବଜାର କଲେଜ ଛକ ଠାରେ କେନ୍ଦ୍ରାପଡ଼ା ସାଂସଦ ଅଭିନେତା ଅନୁଭବ ମହାନ୍ତିଙ୍କ ପୁଶପୁତଳିକାକୁ ବିଜେପି ପକ୍ଷରୁ ଦାହ କରାଯାଇଛି । ସାଂସଦ ଅନୁଭବଙ୍କ ନାମରେ ତାଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିର୍ଯାତନା ଘଟଣା ଜଣାପଡ଼ିବା ପରେ ସାରା ଜିଲାରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି କରିଛି । ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା । ଏସବୁ ଭିତରେ ବିରୋଧୀ ବିଜେପି ପକ୍ଷରୁ ପ୍ରତି ବ୍ଲକ୍‌ରେ ସାଂସଦଙ୍କ ବିରୋଧରେ ଆନ୍ଦୋଳନ ସହିତ କୁଶପୁତଳିକା ଦାହ କରାଯାଇଥିବାର ଜଣାପଡ଼ିଛି । କେନ୍ଦ୍ରାପଡ଼ା ଭଳି ଏକ ସମ୍ବେଦନଶୀଳ ଜିଲାରେ ସାଂସଦଙ୍କ ଏଭଳି କାର୍ଯ୍ୟକଳାପ ଉପରେ ତୀବ୍ର ସମାଲୋଚନା କରିଛନ୍ତି ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ । ଶ୍ରୀନାୟକ ନିଜର ପତିକ୍ରିୟାରେ କହିଛନ୍ତିଯେ, କେନ୍ଦ୍ରାପଡ଼ା ମାଟିର ଗୌରବକୁ ଆଜି କଳଙ୍କିତ କରିଛନ୍ତି ସାଂସଦ । ପୂର୍ବରୁ ବିଜୟୀ ହୋଇଥିବା ସାଂସଦମାନେ ଜିଲାର ଗୌରବ ବଢ଼ାଇବାରେ ସମର୍ଥ ହୋଇଥିବା ବେଳେ ଅନଭିଜ୍ଞ ଅନୁଭବ ବିଜୟୀ ହେବା ଆମ ସମସ୍ତଙ୍କ ପାଇଁ ଲଜ୍ୟା ଜନକ ବୋଲି କହିଛନ୍ତି । ତାଙ୍କୁ ଗିରଫ କରିବା ସହିତ ବହିଷ୍କାର କରିବା ବିଜେଡ଼ି ପାଇଁ ଉଚିତ୍ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଆଳିର ପୂର୍ବତନ ବିଧାୟକ ଶ୍ରୀନାୟକଙ୍କ ସହିତ ନାରିନେତ୍ରୀ ଜିତା ଦାସ, ୨୮ ନମ୍ବର ଜୋନ୍ ସଭାପତି ରାଜେନ୍ଦ୍ର ବେହେରା, ଯୁବ ମୋର୍ଚ୍ଚା ସଭାପତି ଶ୍ରେୟସ ଦାସ, ଜଗନ୍ନାଥ ସାମଲ, ଲୋଚନା ବେହେରା, ବେଣୁଧର ପରିଡ଼ା, ସତ୍ୟବ୍ରତ ଜେନା, ଚନ୍ଦନ ବଳ ଏବଂ ବିଶ୍ୱଜିତ୍ ମୁଦୁଲି ପ୍ରମୁଖ ଶତାଧିକ ବିଜେପି କର୍ମୀ ସାଂସଦଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେଇ ବଜାର ପରିକ୍ରମା ସହିତ କଲେଜ ଛକରେ ତାଙ୍କ କୁଶ ପୁତଳିକାକୁ ଦାହ କରିଥିଲେ । ତୁରନ୍ତ ତାଙ୍କୁ ସାଂସଦ ପଦରୁ ବରିଷ୍କାର କରିବାକୁ ବିଜେପି କର୍ମୀମାନେ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!