‘ରାଜକନିକାର ଜନପ୍ରିୟ ନେତା ଥିଲେ କୈଳାସ ତରାଇ’

ରାଜକନିକା,୬/୯ : ରାଜନୀତି ସହିତ କଳା ସାହିତ୍ୟ ସଂଗଠନ ଏବଂ ସମାଜସେବାରେ ଶେଷ ଜୀବନ ପର୍ଯ୍ୟନ୍ତ ନିଜକୁ ନିୟୋଜିତ କରିଥିଲେ । ସାଧାରଣ ମଣିଷର ସୁଖ ଦୁଃଖର ସହଭାଗୀ ହେଉଥିଲେ ସ୍ୱର୍ଗତ କୈଳାସ ତରାଇ । ଜନପ୍ରିୟ ନେତା ଏବଂ ଅଭିନେତା ଭାବେ ରାଜକନିକା ବାସୀ ତାଙ୍କୁ ଭୁଲିପାରିବେ ନାହିଁ ବୋଲି ରାଜକନିକା ଆଖୁଳିପଡ଼ା ଠାରେ ବରିଷ୍ଠ ନେତା ଏବଂ ଅଭିନେତା ସ୍ୱର୍ଗତ କୈଳାସ ତରାଇଙ୍କ ସ୍ମୃତି ସଭାରେ ଯୋଗ ଦେଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି । ରାଜକନିକା ବ୍ଲକ୍ କଂଗ୍ରେସର ସଭାପତି ମଙ୍ଗୁଳି ରଚଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱର୍ଗତ ତରାଇଙ୍କ ସ୍ମୃତି ସଭାରେ ଆଳିର ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ବରିଷ୍ଠ ଆଇନ୍‌ଜୀବୀ ଧରଣୀଧର ନାୟକ, ବ୍ଲକ୍ କଂଗ୍ରେସର ପ୍ରାକ୍ତନ ସଭାପତି ବାବୁରାମ ଜେନା, ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ସୁବାଶ ପରିଡ଼ା, କପିଳେନ୍ଦ୍ର ମଲ୍ଲିକ, ସୁଧା ପତ୍ରିକାର ସଂପାଦକ ହରେକୃଷ୍ଣ ବାରିକ୍‌, ଅଭିନେତା ସୌମ୍ୟକାନ୍ତ ନାୟକ, ସତ୍ୟରଞ୍ଜନ ନାୟକ ଏବଂ ଅମର କୁମାର ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ତରାଇ ଯୁବାଅବସ୍ଥାରୁ କଂଗ୍ରେସ ଦଳରେ ସାମିଲ ହୋଇ ଦୀର୍ଘ ଚାରି ଦଶନ୍ଧି ଧରି କଂଗ୍ରେସ ଦଳରେ ଜଣେ ଲୋକପ୍ରିୟ ନେତା ଭାବେ ସର୍ବଜନାଦୃତ ହୋଇପାରିଥିଲେ । କେନ୍ଦ୍ରାପଡ଼ା ଜିଲା କଂଗ୍ରେସର ସଂପାଦକ ସହିତ ବରାଡ଼ିଆ ଏବଂ ଆଖୁଳିପଡ଼ାରେ ଦୁଇ ଥର ସରପଂଚ ହୋଇ ସେ ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଯାଇଛନ୍ତି । ତାଙ୍କ ଲୋକପ୍ରିୟତା ପାଇଁ ଚାରିଥର ସରପଂଚ ଭାବେ ସେ ବିଜୟୀ ହୋଇଥିଲେ । ଏହା ସହିତ ଅନ୍ନପୂର୍ଣ୍ଣା ଥିଏଟରର ଜଣେ ପୁରୁଖା କଳାକାର ଭାବେ ତାଙ୍କର ରହିଥିଲା ଖ୍ୟାତି । ତାଙ୍କର ବଳିଷ୍ଠ ନେତୃତ୍ୱକୁ ରାଜକନିକାବାସୀ ଭୁଲିପାରିବେ ନାହିଁ ବୋଲି କହିଥିଲେ । ଏହି ସ୍ମୃତି ସଭାରେ ରାଜକନିକା ବ୍ଲକ୍‌ର ସରପଂଚ, ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ମାନଙ୍କ ସହିତ ଜନପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର କଳାକାର, ଲେଖକମାନେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ସ୍ମୃତି ସଭା ଆରମ୍ଭରୁ ଗୀତାପାଠ, ଗାନ୍ଧୀ ଭଜନ ଏବଂ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ‘କୈବଲ୍ୟ କଣିକା କୈଳାସ’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍‌ମୋଚିତ୍ ହୋଇଥିଲା । ସ୍ୱର୍ଗତ ତରାଇଙ୍କ ପୁତ୍ର ବିଶ୍ୱଜିତ୍ ତରାଇ, ପୁତ୍ରବଧୂ ମନୋରମା ତରାଇ ଏବଂ କନ୍ୟା ରୋଜାଲିନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

WhatsApp Image 2021 09 06 at 9.03.04 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: