ରାଜକନିକା ଏବଂ ରାଜନଗର ବାତ୍ୟା ୟାସର କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ରାଜନଗର/ରାଜକନିକା ,୮ା୬(ପ୍ରିୟବ୍ରତ ଓଝା):ବାତ୍ୟା ୟାଶ ଚାଲିଯାଇଛି । ଭାଙ୍ଗିଯାଇଛି ଘରଦ୍ୱାର, ଗଛ, ବିଦ୍ୟୁତଖୁଣ୍ଟ ଛିଡିଛି ତାର । ବାତ୍ୟା ପ୍ରଭାବରେ ସମୁଦ୍ର ଓ ନଦୀରେ ଉଚ୍ଚ ଯୁଆର ଆସି ଘେରିବନ୍ଧ ଡେଇଁ ଭେଡା ଭିତରେ ପଶିଛି ପାଣି । ଉଜୁଡିଯାଇଛି ପନିପରିବା ଓ ମାଛ ଚାଷ । ମାଛ ପୋଖରୀ ବୁଡିଯାଇ ମାଛ ଭାସିଯାଇଛନ୍ତି । ବାତ୍ୟା ୟଶ ଯିବାର ୨ସପ୍ତାହ ପୁରିବାକୁ ବସିଲାଣି । ଅସଜଡା ଘରକୁ ସଜାଡୁଛନ୍ତି ବିପନ୍ନ । ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବାପାଇଁ ପହଞ୍ଚିଥିଲେ ୩ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ୍‌ରେ ବାତ୍ୟା ‘ୟାସ୍‌’ କ୍ଷତିଗ୍ରସ୍ତ ଅଂଚଳରେ ମଙ୍ଗଳବାର ୪ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏହି ପ୍ରତିନିଧି ଦଳ ରାଜକନିକା ବ୍ଲକ୍‌ର ଭାରିଗଦା ଗ୍ରାମ ପଂଚାୟତର ଭାରିଗଦା, ଅଚ୍ୟୁତପୁର, ଦଶଭଗାରିଆ, ମନାଇଢ଼ିଅ, ମକୁନ୍ଦପୁର, ମଙ୍ଗଳପୁର ଏବଂ ଝାରକଟା ପ୍ରମୁଖ ଅଂଚଳରେ ନଷ୍ଟ ହୋଇଥିବା ଶହଶହ ହେକ୍ଟର ଚାଷ ଜମିରେ ପଚିଯାଇଥିବା ପନିପରିବା ଭେଣ୍ଡି, ପୋଟଳ, ପୋଈ, ଜହ୍ନି, ବାଇଗଣ, କଂଚାଲଙ୍କା ଏବଂ ବିଭିନ୍ନ ପ୍ରକାରର ଶାଗ ପ୍ରମୁଖ ପନିପରିବା ନଷ୍ଟ ହୋଇଯାଇଥିବାର ଦେଖିବାକୁ ପାଇଥିଲେ । ଶହଶହ ଚାଷୀମାନେ ପଚିଯାଇଥିବା ପନିପରିବା ଫସଲକୁ ହାତରେ ଧରି ରାସ୍ତାର ଦୁଇ ପାଖରେ ଠିଆ ହୋଇ କେନ୍ଦ୍ରୀୟ ପ୍ରତିନିଧିଙ୍କୁ ଦେଖାଇଥିଲେ । କେନ୍ଦ୍ରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ବରିଷ୍ଠ ଅଧିକାରୀ ବିକେ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତିଯେ, ରାଜକନିକା ଅଂଚଳରେ ପନିପରିବା ସହିତ ରବି ଫସଲ ବାତ୍ୟା ଯୋଗୁଁ ନଷ୍ଟ ହୋଇଛି । ଏଦିଗରେ ରାଜ୍ୟ ପ୍ରମୁଖ ସଚିବଙ୍କ ସହିତ ଆଲୋଚନା କରି କେନ୍ଦ୍ରସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ । ଭାରିଗଦା ଗ୍ରାମଂଚାୟତର ସରପଂଚ ପ୍ରଦୀପ ମଲ୍ଲିକ କେନ୍ଦ୍ରୀୟ ପ୍ରତିନିଧି ଦଳରକୁ କ୍ଷୟକ୍ଷତି ଅଂଚଳକୁ ବୁଲାଇଦେଖାଇବା ସହିତ ଚାଷୀମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ୍ କରିଥିଲେ । ରାଜକନିକା ଉଦ୍ୟାନବିଭାଗର ଅଧିକାରୀ ସ୍ୱରୂପ ରାୟଙ୍କ ସହିତ ଜିଲା ଏବଂ ବ୍ଲକ୍‌ସ୍ତରୀୟ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହାପରେ ରାଜନଗର ଯାଇଥିଲେ ପ୍ରତିନିଧି ଦଳ । କେନ୍ଦ୍ର କୃଷି ମନ୍ତ୍ରଣାଳୟର ନିର୍ଦ୍ଦେଶକ ବିପୁଲକୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସୁରଜକୁମାର ପ୍ରଧାନ, ରାସ୍ତା ପରିମଳ ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାସ୍ୱତ ମହାପାତ୍ର ଦିନ ପ୍ରାୟ ୧୧ଟା ସମୟରେ ଡାଙ୍ଗମାଳ ସ୍ଥିତ ଅରଣ୍ୟ ନିବାସରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଏଡିଏମ ନରହରି ସେଠୀ ପ୍ରମୁଖ କେନ୍ଦ୍ରୀୟ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ୟଶର କ୍ଷୟକ୍ଷତି ଓ ରୁପରେଖ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏଠାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ । ଏହାପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ବାତ୍ୟା ୟାଶ ଆସିବାର ଦିନକ ପୂର୍ବରୁ ଘର୍ଣ୍ଣିଝଡରେ ବିଶେଷ ଭାବେ ପ୍ରଭାବିତ ଡାଙ୍ଗମାଳ ପଞ୍ଚାୟତର ବଡଆଡିଆ ଗ୍ରାମ ଓ ବିଦ୍ୟୁତ ଗ୍ରୀଡକୁ ଅନୁଧ୍ୟାନ କରିଥିଲେ । ଗ୍ରୀଡର ଭାଙ୍ଗି ପଡିଥିବା ପ୍ରାଚୀର ଓ ଅନ୍ୟ କ୍ଷୟକ୍ଷତି ସମ୍ପର୍କରେ ବିଭାଗୀୟ ସିଓ ପ୍ରବୀଣ ବର୍ମା ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ । ଅଧିକ୍ଷଣ ଯନ୍ତ୍ରୀ ଅମରଜିତ ପଟ୍ଟନାୟକ ଓ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତକୁମାର ଦାସ ଉପସ୍ଥିତ ଥିଲେ । ସେଠାରୁ ପ୍ରତିନିଧି ଦଳ ଘୂର୍ଣ୍ଣିଝଡରେ ପ୍ରଭାବିତ ତ୍ରିଲୋଚନପୁର ଗ୍ରାମର କ୍ଷତିଗ୍ରସ୍ତଙ୍କ ଘରକୁ ଦେଖିଥିଲେ । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ନଳିତାପାଟିଆ-ତାଳଚୁଆ ରାସ୍ତାର ଅବସ୍ଥା ବୁଲି ଦେଖିଥିଲେ । ତଟବନ୍ଧ ବିଭାଜନର ସହକାରୀ ମୁଖ୍ୟଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ଆଳି ତଟବନ୍ଧ ବିଭାଜନର ନିର୍ବାହୀ ଯନ୍ତ୍ରୀ ସରୋଜ ମିଶ୍ର ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏହି ପ୍ରତିନିଧି ଦଳ ଅରଣ୍ୟ ନିବାସକୁ ଫେରିଆସି ଭୁବନେଶ୍ୱର ଅଭିମୁଖେ ଯାଇଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ଏହି ପ୍ରତିନିଧି ଦଳଙ୍କ ଗ୍ରସ୍ତ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ଏହି ପ୍ରତିନିଧି ଦଳ ମୁଖ୍ୟତଃ ବିଦ୍ୟୁତ ଗ୍ରୀଡ ଓ ନଳିତାପାଟିଆ-ତାଳଚୁଆ ରାସ୍ତାର ଭୈାଗଳିକ ସ୍ଥିତି ସମୁଦ୍ରଠାରୁ ଦୂରତା ଏବଂ ଭବିଷ୍ୟତରେ ଏହାକୁ କିଭଳି ମଜବୁତ କରାଯାଇ ପାରିବ ସେମାନଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲାରେ ୮୭ ରୁ ୯୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପିଡି ଦିଲ୍ଲୀପ କୁମାର ପରିଡା, ଅତିରିକ୍ତ ପିଡି ମନ୍ଦରଧର ମହାଳିକ, ବନଖଣ୍ଡ ଅଧିକ।।ରୀ ବିକାଶରଞ୍ଜନ ଦାଶ, ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ, ଜିଲ୍ଲା ମତ୍ସ୍ୟସଂପ୍ରସାରଣ ଅଧିକାରିଣୀ ମମତା ମହାପାତ୍ର, ବିଡିଓ ରବିନ୍ଦ୍ରକୁମାର ପ୍ରଧାନ, ତହସିଲଦାର ଭୋଳାନାଥ ସେଠୀ, ତାଳଚୁଆ ଆଇଆଇସି ଶ୍ରୀକାନ୍ତ ବାରିକ, କୃଷି, ଉଦ୍ୟାନ ବିଭାଗ, ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ସହ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

central teem 2

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: