ରାଜକନିକା ବାତ୍ୟା ଅଂଚଳରେ କ୍ଷୟକ୍ଷତି ଦେଖିଲେ ଜିଲାପାଳ

ରାଜକନିକା,୨୮ା୫ : ବାତ୍ୟା ‘ୟାସ୍‌’ରେ କ୍ଷୟକ୍ଷତି ହୋଇଥିବା ରାଜକନିକା ବ୍ଲକ୍‌ର ଜୟନଗର ଏବଂ ଆଖୁଳିପଡ଼ା ଗ୍ରାମ ପଂଚାୟତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଶୁକ୍ରବାର ବୁଲିଦେଖିଛନ୍ତିି । ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ସହିତ ତୁରନ୍ତ ଥଇଥାନ କାର୍ଯ୍ୟକୁ ତ୍ୱରାନିତ୍ କରିତବାକୁ ରାଜକନିକା ବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବୈତରଣୀ ନଦୀରେ ସାମ୍ଭାବ୍ୟ ବନ୍ୟା ଆସୁଥିବା କାରଣରୁ ରାଜକନିକା ବ୍ଲକ୍ ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଥିଲେ । ବୈତରଣୀ ନଦୀ କୂଳରେ ବସବାସ କରୁଥିବା ଲୋକମାନଙ୍କୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ନେଇ ଜିଲାପାଳ କହିଥିଲେ । ଜିଲାପାଳଙ୍କ ଏହି ଗସ୍ତ ସମୟରେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ଆଖୁଳିପଡ଼ା ସରପଂଚ କୈଳାସ ଚନ୍ଦ୍ର ତରାଇ, ସହକାରୀ ଯନ୍ତ୍ରୀ ଶରତ କୁମାର ଦାସ ଏବଂ ଯନ୍ତ୍ରୀ ପ୍ରଦୀପ କୁମାର ଝାଙ୍କର ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: