ରାଜକନିକା ବାତ୍ୟା ପ୍ରଭାବିତ ଅଂଚଳ ବୁଲିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ରାଜକନିକା,୨୭ା୫: ରାଜକନିକା ବ୍ଲକ୍‌ରେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପ୍ରାକ୍ତନ ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ପହଂଚି ଲୋକମାନଙ୍କୁ ଭେଟିଛନ୍ତି । ବୈତରଣୀ ନଦୀ କୁଳରେ ରହିଥିବା ବରାଡ଼ିଆ ଗ୍ରାମ ପଂଚାୟତର ଉପୁଳାଇ ଗ୍ରାମରେ ଜଳବନ୍ଦୀ ହୋଇଥିବା ଲୋକମାନଙ୍କ ନିକଟରେ ଶ୍ରୀପଣ୍ଡା ଏବଂ ଆଳିର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଦୋଳଗୋବିନ୍ଦ ନାୟକ ପହଂଚି କ୍ଷୟକ୍ଷତି ଆକଳନ କରି ଲୋକମାନଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ତୁରନ୍ତ ରାଜ୍ୟ ସରକାର ଘରଭାଙ୍ଗିଯାଇଥିବା ଲୋକମାନଙ୍କୁ ତତ୍କାଳ ପଲିଥିନ୍ ଏବଂ ପକ୍କାଘର ଯୋଗାଇ ଦେବାକୁ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତି କିଶୋର ପଣ୍ଡା, ଯୁବନେତା ସତ୍ୟରଞ୍ଜନ ନାୟକ, ଅମର କୁମାର ସାମଲ, ପ୍ରକାଶ ଦାସ, ନିହାର ରଞ୍ଜନ ସ୍ୱାଇଁ, ରାଜେନ୍ଦ୍ର ବେହେରା, ପ୍ର୍ରିଦର୍ଶନୀ ନନ୍ଦ, ବାଦଲ ନନ୍ଦ, ଅନୁରାଧା ସାମଲ, ନିହାର ରଞ୍ଜନ ନାୟକ, ଓମ୍ ପ୍ରକାଶ ପତି ଏବଂ ରଞ୍ଜନ ନାୟକଙ୍କ ସହିତ ଜିଲାସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ପୂର୍ବତନ ସାଂସଦ ଶ୍ରୀପଣ୍ଡାଏବଂ ପୂର୍ବତନ ବିଧାୟକଶ୍ରୀନାୟକ ଚନ୍ଦନପୋଖରୀ ଛକ ଠାରୁ ଜୟନଗର, ଅନନ୍ତପୁର ଦେଇ ବରାଡ଼ିଆ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ବୁଲି ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ବୁଲି ଦେଖିଥିଲେ । ଏଠାରେ ପ୍ରକାଶଥାଉକି ବାତ୍ୟା ‘ୟାସ୍‌’ ଫଳରେ ବୈତରଣୀ ନଦୀ କୂଳ ଲଘିଂ ଲୁଣିପାଣି ଗ୍ରାମ ମଧ୍ୟରେ ପ୍ରବେଶ କରିଛି । ଏକ ଲକଭର୍ଟ ଭାଙ୍ଗିଦେଇଥିବାର ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: