ରାଜକନିକା ବ୍ଲକ ଅଞ୍ଚଳରେ ‘ୟାସ୍’ର ପ୍ରଭାବ – ରାସ୍ତା ଓ ଘର ଉପରେ ଗଛ ପଡିଛି

ରାଜକନିକା,୨୬/୫:  କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ ‘ୟାସ୍’ର ପ୍ରଭାବ ପଡିଛି ।  କ୍ଷୟକ୍ଷତି ଆକଳନ ହୋଇ ନଥିବା ବେଳେ  ପ୍ରବଳ ପବନ ବୋହିବା ଯୋଗୁଁ ଚାରିଆଡ଼େ ରାସ୍ତା ଓ ଘର ଉପରେ ଗଛ ପଡିଛି ।  ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି । ଘର ଉପରେ ଗଛ ପଡି ଘର ଭାଙ୍ଗିବା ସହ ବ୍ୟାପକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି ।  ଚାଳ ଘର ପବନ ଯୋଗୁଁ ଛପର ଉଡାଇ ନେଇଥିବା ଜଣାପଡିଛି ।  ଅନେକ ଘର ମାଟିରେ ମିଶି କାନ୍ଥ ଭାଙ୍ଗି ଜେଇଛି , ଘର ଛପର ଉପରେ ଗଛ ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁହାଳ ଘର ଭିତରେ ଗୋରୁ ଗାଈ ରହିଥିବା ଜଣାପଡିଛି ।ତେବେ ‘ୟାସ୍’ ପ୍ରଭାବରେ   ଅଞ୍ଚଳରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ଘାରିଥିବା ବେଳେ ବାତ୍ୟା ଛାଡିଲେ ଏନଡ଼ିଆରଏଫ ଓ ଅଗ୍ନିଶମ କର୍ମଚାରୀ ତରଫରୁ ଗଛ ହଟାଇବାରେ ଲାଗିପଡିଛନ୍ତି ।   ଆସନ୍ତା କଲି ସୁଧା  କ୍ଷୟକ୍ଷତିର ଆକଳନ କରାଯିବ ବୋଲି ରାଜକନିକା ବିଡିଓ ଅଶୋକ ମହାନ୍ତି, ତହସିଲଦାର ପ୍ରେମାନନ୍ଦ ବେହେରା ସୂଚନା ଦେୟାଇଛନ୍ତି  ।  ବର୍ତ୍ତମାନର ଏହାର ପ୍ରଭାବ ଦେଖାଯିବା ସହ ଭୀଷଣ ବର୍ଷା ହେଉଛି। ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖାଯାଇଛି। ଅନେକ ସ୍ଥାନରେ ଗଛପଡି ଗମନାଗମନ ବନ୍ଦ ହୋଇଥିବା ବେଳେ   ଏନଡିଆଏଫ ଟିମ ଓ ଅଗ୍ନିଶର୍ମ କର୍ମଚାରୀ ଉଦ୍ଧାରକାରୀ ଦଳ ପହଞ୍ଚି ଗଛକଟା କାର୍ଯ୍ୟ ଆରମ୍ଭ କରିଛନ୍ତି। ୭ ପଞ୍ଚାୟତର ତଳିଆ ଅଞ୍ଚଳରେ ଜଳ ଜମି ରହିଛି। ପ୍ରବଳ ବର୍ଷା ଯୋଗୁଁ ଶତାଧିକ ଲୋକଙ୍କ ଘରେ ବର୍ଷା ଜଳ ପ୍ରବେଶ କରିଛି।  ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।   

Rajkanika 2

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: