ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଶୋଧିତ ଯନ୍ତ୍ର ପ୍ରଦାନ କଲେ ସାମାଜିକ କର୍ମୀ ବିପ୍ଲବ୍ କୁମାର

ରାଜକନିକା,୯ା୬ :କେନ୍ଦ୍ରାପଡ଼ା ଜିଲାର ରାଜକନିକା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାମାଜିକ କର୍ମୀ ବିପ୍ଲବ୍ କୁମାର ବେହୁରା ଏକ ବିଶୋଧିତ ଯନ୍ତ୍ର ସହିତ ତୁଣ୍ଡି ପ୍ରଦାନ କରିଛନ୍ତି । ଶ୍ରୀବେହୁରା ଏହି ବିଶୋଧିତ ଯନ୍ତ୍ରକୁ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ବିବେକ ରାଉତଙ୍କୁ ପ୍ରଦାନ କରିଥିଲେ । ଏହି ବିଶୋଧିତ ଯନ୍ତ୍ର ସହାୟତାରେ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାଆସିବା ସମୟରେ ନିଜ ହାତକୁ ବିଶୋଧିତ କରିପାରିବେ । ଏହା ସହିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କ ପାଇଁ ମଧ୍ୟ ତୁଣ୍ଡି ପ୍ରଦାନ କରିଥିଲେ । ଏହି ଯନ୍ତ୍ର ଏବଂ ତୁଣ୍ଡି ପ୍ରଦାନ କରିବା ଫଳରେ ରୋଗୀମାନଙ୍କ କାମରେ ବହୁ ପରିମାଣରେ କରୋନା ମହାମାରୀ ସହିତ ଚାଲିଥିବା ଲଢ଼େଇରେ ଅଧିକ ପରିମାଣରେ ସହାୟକ ହୋଇପାରିବ ବୋଲି ଡ଼ାକ୍ତରଶ୍ରୀରାଉତ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜକନିକା ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ବେହେରା, ଜୟନଗର ଗ୍ରାମ ପଂଚାୟତର ସରପଂଚ ରବିନ୍ଦ୍ର କୁମାର ବେହେରା, ବରୁଣାଡ଼ିଆ ଗ୍ରାମ ପଂଚାୟତର ସମିତି ସଭ୍ୟ ବିକାଶ ଚନ୍ଦ୍ର ମଲ୍ଲିକ,ଦାମୋଦର ସ୍ୱାଇଁ ଏବଂ ସାମାଜିକ କର୍ମୀ ସଦାଶିବ ଖଟୁଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: