ରାଜଧାନୀରେ ଆଉ୧୩ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ଭୁବନେଶ୍ୱର ୨୩/୦୧: କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି ।ରାଜଧାନୀର ଆଉ ୧୩ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପଶ୍ଚିମ ଜୋନ୍‌ର ୬ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ବାଳକ ଏବଂ ବାଳିକା ହଷ୍ଟେଲ, ପ୍ରତିକ୍ଷା ଏନକ୍ଲେଭ ପ୍ଲଟ ନଂ ଜି-୧, ପୋଖରୀପୁଟ କୋକିଳା ବିହାର ପ୍ଲଟ ନଂ ୫୧୧, ପୋଖରୀପୁଟ ଅନନ୍ତ ବିହାର ପ୍ଲଟ ନଂ ୪୯କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଉତ୍ତର ଜୋନର ହଂସପାଳ ମେଟ୍ରୋ ସ୍ୟାଟେଲାଇଟ ସିଟି, ପଟିଆର ରୟାଲ ଲାଗୁନ, କାନନବିହାର ଫେଜ୍‌-୨, ନିଳଦ୍ରାବିହାର ଜିଏ[1]୨୫କୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: