ଭୁବନେଶ୍ୱର,୧୭।୦୩: ଭୁବନେଶ୍ୱରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ଓମ୍ଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ହଠାତ୍ ଫାଟି ଯିବା ଫଳରେ ଏହା ନିକଟରେ ଥିବା ଏକ ଜଳଖିଆ ଦୋକାନର ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଏହାସହ ଦୋକାନରେ କାମ କରୁଥିବା ଅନ୍ୟ ଦୁଇଜଣ ମଧ୍ୟ ପୋଡ଼ି ହୋଇଯାଇଛନ୍ତି। ପୋଲିସ୍ ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଆଜି ଭୋର ସାଢ଼େ ୫ଟା ବେଳେ ଓମ୍ଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମର ହଠାତ୍ ଫାଟି ଯାଇଥିଲା। ଫଳରେ ଏହା ନିକଟରେ ଥିବା ଏକ ଜଳଖିଆ ଦୋକାନରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଜଳଖିଆ ଦୋକାନୀ, ତାଙ୍କ ପୁଅ ଓ ଅନ୍ୟ ୨ଜଣ ଜଳଖିଆ ପ୍ରସ୍ତୁତ କରୁଥିଲେ। ସମସ୍ତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |