ଭୁବନେଶ୍ୱର,୧୯/୦୯: ଭୁବନେଶ୍ୱର ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଜଣେ ୧୫ ବର୍ଷୀୟ ଛାତ୍ର ଡ୍ରେନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷାରେ ଖୋଲା ଡ୍ରେନ୍ ପାଣିରେ ଛାତ୍ର ଜଣକ ଭାସି ଯାଇଛନ୍ତି। ଖବର ଲେଖାଯିବା ସୁଦ୍ଧା, ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜ ଛାତ୍ର ହେଲେ ବରମୁଣ୍ଡା ପାଲାମଣ୍ଡପ ସାହିର ଜ୍ୟୋତିର୍ମୟ ବେହେରା। ସେ ଦଶମ ଶ୍ରେଣୀର ଛାତ୍ର। ସମ୍ପୃକ୍ତ ଛାତ୍ର ଟ୍ୟୁସନ ଯିବା ବାଟରେ ଏହି ଅଘଟଣ ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ଖୋଲା ଡ୍ରେନ୍ରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଥିଲା। ଏହି ସମୟରେ କୌଣସି କାରଣ ଯୋଗୁ ଛାତ୍ର ଜଣକ ପାଣି ସୁଅରେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ୍ ଖୋଜାଖୋଜି ଜାରି ରଖିଥିଲେ ବି ଖବର ଲେଖାଯିବା ସୁଦ୍ଧା, ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଛାତ୍ରଙ୍କ ନିଖୋଜ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଆଜି ଗଣ୍ଡମୁଣ୍ଡା ଛକରେ ଛାତ୍ର କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ବିଏମ୍ସିରେ ଡ୍ରେନେଜ୍ ସିଷ୍ଟମ୍ ବିଗିଡ଼ିବା ଓ ପ୍ରଶାସନର ଖାମଖିଆଲ ବ୍ୟବହାରକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ କର୍ମୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |