ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ପଲେଇକୁ ଏନକାଉଣ୍ଟର

ଭୁବନେଶ୍ୱର,୨୬।୩: ରାଜଧାନୀ ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲାଇ ଓରଫ ଜିତୁକୁ ପୋଲିସ୍‌ ଏନ୍‌କାଉଣ୍ଟର କରିଛି । ବିଳମ୍ବିତ ରାତ୍ରୀରେ କମିସନରେଟ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ  ଜିତେନ୍ଦ୍ର ପଲେଇ ଓରଫ ଜିତୁ । ଖାରବେଳନଗର ଥାନାରେ ବୋମାମାଡ଼ ସହ ବହୁ ଅପରାଧରେ ସମ୍ପୃକ୍ତ ଥିଲା ଜିତୁ । ଫେରାର ଜିତୁକୁ ଧରିବାକୁ ପୋଲିସ ରଚିଥିଲା ଚକ୍ରବ୍ୟୁହ  ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଜିତେନ୍ଦ୍ରକୁ ଏନ୍‌କାଉଣ୍ଟର କରାଯାଇଛି। ଅପରାଧୀ ଜିତୁ ଦେହରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟରେ କୁଖ୍ୟାତ ଅପରାଧୀ ଜିତୁ ଏକ କାର୍‌ରେ ଆସୁଥିବା ଖବର ପାଇ ଖାରବେଳନଗର ଥାନା ଆଇଆଇସି ଓ ତାଙ୍କ ଟିମ୍ ପିଛା କରିଥିଲେ। ସେହି ସମୟରେ ଅପରାଧୀ ଜିତୁ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପରେ ପୋଲିସ ନିଜର ଆତ୍ମରକ୍ଷା ପାଇଁ ଜିତୁକୁ ଏନ୍‌କାଉଣ୍ଟର କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!