ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର,୨୪।୫:ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ନିର୍ମମ ହତ୍ୟା । ଭୁବନେଶ୍ୱରର ୟୁନିଟ-୧ ଅଞ୍ଚଳର ଏକ କ୍ୱାର୍ଟର୍ସ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡ଼ିରହିଛି । ଯୁବକଙ୍କ ମୁଣ୍ଡରେ ଏକାଧିକ କ୍ଷତଚିହ୍ନ ଥିବା ବେଳେ ତାଙ୍କୁ ମାରଣାସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  ରାଜଧାନୀ ଭୁବନେଶ୍ବରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଅଭିଯୋଗ ହୋଇଛି ‌ଯେ ସୁଶାନ୍ତ ନାୟକକୁ ହତ୍ୟା କରିଛନ୍ତି ସୁଜିତ ନାୟକ। ତେବେ ପୂର୍ବ ଶତ୍ରୁତାକୁ ନେଇ ୩ରୁ ୪ ଜଣ ଯୁବକଙ୍କ ସହାୟତାରେ ଗୋଡ଼େଇ ଗୋଡ଼େଇ ସୁଜିତ ଯୁବକଙ୍କ ହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ଏକ କ୍ବାଟର୍ସ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି। ମୃତକ ସୁଶାନ୍ତ ନାୟକ ଭୋର ୪ଟା ସମୟ‌ରେ ତାଙ୍କ ସ୍ତ୍ରୀଙ୍କୁ ଚାକିରୀରେ ଛାଡି ଫେରୁଥିବା ସମୟରେ ହତ୍ୟାକାରୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସୂଚନା ରହିଛି ଯେ ସୁଶାନ୍ତଙ୍କ ନାବାଳିକା ଝିଆରୀକୁ ମାସେ ପୂର୍ବରୁ ଅସଦାଚରଣ କରିଥିଲେ ସୁଜିତ। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଏହି ବିବାଦ ଯୋଗୁ ସୁଜିତ ସୁଶାନ୍ତଙ୍କୁ ହତ୍ୟା କରିଥିବା ସୁଶାନ୍ତଙ୍କ ମାଆ ଅଭିଯୋଗ ଆଣି ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!