ରାଜଧାନୀରେ ସୁନା ଦୋକାନୀଙ୍କୁ ଗୁଳି

ଭୁବନେଶ୍ୱର, ୨୫/୦୪:  ଭୁବନେଶ୍ବର ଜାଆଁଳାରେ ଗୁଳିକାଣ୍ଡ। ସୁନାଦୋକାନୀକୁ ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ବାପ ପୁଅ ଗୁରୁତର ହୋଇଛନ୍ତି । ସୂଚନାନୁସାରେ, ଉଭୟ ବାପା ଓ ପୁଅ ସୁନାଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ପୂର୍ବରୁ ରାସ୍ତାରେ ଲୁଚି ରହିଥିବା ଦୁର୍ବୃତ୍ତ ଏମାନଙ୍କୁ ଉପରକୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଧରି ପାରିନଥିଲେ । ସୁନା ଦୋକାନୀଙ୍କ ପୁଅ ଗୋଡ଼ରେ ଗୁଳି ବାଜିଛି । ତେବେ କେତେଜଣ ଦୁର୍ବୃତ୍ତ ଏଥିରେ ସାମିଲ ଥିଲେ ତାହା ଜଣାପଡିନାହିଁ । ଗୁରୁତର ବାପ ପୁଅଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!