ରାଜଧାନୀର ଗଛ, ଖୁଣ୍ଟ, କାନ୍ଥରେ ବ୍ୟାନର ଓ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ: BMC

ଭୁବନେଶ୍ବର,୬/୯ : ଭୁବନେଶ୍ୱରରେ କୌଣସି ବେଆଇନ ପୋଷ୍ଟର, ବ୍ୟାନର ଲଗାଯାଇ ପାରିବ ନାହିଁ । ବିଶେଷ କରି ଗଛ, ଖୁଣ୍ଟ ଓ କୌଣସି କାନ୍ଥରେ ପୋଷ୍ଟର ନ ଲାଗିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି କ୍ରମରେ ନିକଟରେ ରାଜଧାନୀର ଏକ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରି ସାରିଛି । ଆଗାମୀ ଦିନରେ ଏହି ଅଭିଯାନକୁ ବିଏମସି ପକ୍ଷରୁ ଜୋରଦାର କରାଯିବ ବୋଲି ଜଣାପଡ଼ିଛି । ସେହିପରି ରାସ୍ତା କିମ୍ବା ଫୁଟପାଥର ସାଇନ ବୋର୍ଡ ମଧ୍ୟ ଲାଗିପାରିବ ନାହିଁ । ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସେମାନଙ୍କର ବିଜ୍ଞାପନ ରାଜଧାନୀର ରାସ୍ତାକଡ଼ରେ ଲଗାଇଥାନ୍ତି । ଏହି ବ୍ୟାନରଗୁଡ଼ିକ ଜନସାଧାରଣଙ୍କ ଯାତାୟତରେ ସମସ୍ୟା ସୃଷ୍ଟି କରିଥାଏ । ଏନେଇ କିଛି ବ୍ୟକ୍ତି, ସଂସ୍ଥାର ବେଆଇନ ପୋଷ୍ଟରକୁ ହଟାଯାଇଛି । ଏହି ବେଆଇନ କାର୍ଯ୍ୟରୁ ବିରତ ରହିବା ପାଇଁ ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିସହିତ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପୋଷ୍ଟର, ବ୍ୟାନର, ହୋର୍ଡିଂ ଲାଗିଥିବା ବିଷୟରେ ଜଣାଇବାକୁ ଜୋନ ସାନିଟାରୀ ଇନ୍ସପେକ୍ଟରଙ୍କୁ କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: