ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଗୁଳିମାଡ଼ କ

ଭୁବନେଶ୍ୱର ,୨୧/୦୩:  ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଗୁଳିମାଡ଼ ,ଜଣେ ଆହତ, ୫ଜଣ ଅଟକ ହୋଇଛନ୍ତି । ଗାଡି ମରାମତିକୁ ନେଇ ଏହି ଗୁଳିମାଡ଼ ହୋଇଛି । ଧସ୍ତାଧସ୍ତି ସମୟରେ ୪ ରାଉଣ୍ଡ ଗୁଳି ଫୁଟିଛି। ରବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ଏକ କାର୍‌ ଗ୍ୟାରେଜରେ ଗୁଳିକାଣ୍ଡ ଘଟିଛି । ୬ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାରେଜରେ ଆତଙ୍କ ଖେଳାଇବା ସହ ଗ୍ୟାରେଜ କର୍ମଚାରୀଙ୍କୁ ଧମକଚମକ ଦେଇ ଗୁଳିକାଣ୍ଡ ଭିଆଇଛନ୍ତି । ବ୍ଲାଙ୍କ ଫାୟରିଂ ବେଳେ ଅପରାଧୀମାନେ ଧସ୍ତାଧସ୍ତି ହେବାରୁ ୨ ଜଣଙ୍କଠାରେ ଗୁଳି ବାଜିଛି । ଏ ସମ୍ପର୍କରେ ତମାଣ୍ଡୋ ପୋଲସକୁ ଖବର ମିଳିବା ପରେ  ଘଟଣାସ୍ଥଳରେ ପହଞ୍ଚି  ଗୁଳିକାଣ୍ଡରେ ସଂପୃକ୍ତ ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ୫ ଅଭିଯୁକ୍ତଙ୍କ ନାଁରେ ବିଭନ୍ନ ଥାନାରେ ଅପରାଧୀକ ମାମଲା ରହିଥିବା ଜଣାପଡିଛି । ଅଟକ ଥିବା ୫ ଅଭିଯୁକ୍ତଙ୍କ ମଧ୍ୟରେ ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ, ସର୍ବେଶ୍ୱର ସେଠ ଓ ଏମାନେ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ରାଜେଶ କୁମାର ବରାଳ ଖୋର୍ଦ୍ଧା ଅଞ୍ଚଳର ଓ ଚିତ ରଞ୍ଜନ ମଲିକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।  ଏମାନଙ୍କ ନାମରେ ରାଜଧାନୀ ସମେତ ଆଖପାଖ ଜିଲ୍ଲା ଥାନା ମାନଙ୍କରେ ବହୁ ଅପରାଧୀକ ମାମଲା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: