ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଲାଗି ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ ୨୩।୧ : ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଲାଗି ସୁରକ୍ଷା କଡ଼ାକଡ଼ି ହୋଇଛି।ଗଣତନ୍ତ୍ର ଦିବସ ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀରେ ପୋଲିସର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଦିଲ୍ଲୀ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଜାତୀୟ ରାଜଧାନୀର ସୁରକ୍ଷା କଡ଼ା କଡ଼ି କରାଯାଇଛି। ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଦିଲ୍ଲୀରେ ସୁରକ୍ଷା ଦୃଷ୍ଟିରେ ରଖି ୨୦ ହଜାର ଫୋର୍ସ ମୁତୟନ କରାଯାଇଛି ।  ସହରର ପ୍ରତି ଇଞ୍ଚ ଇଞ୍ଚ ଉପରେ ରହିଛି ସୁରକ୍ଷା କର୍ମୀଙ୍କ ନଜର। ଏଥିଲାଗି ଚଳିତବର୍ଷ ମୋଟ ୨୭ ହଜାର ସୁରକ୍ଷା କର୍ମୀଙ୍କ ମୁତୟନ ହୋଇଥିବା ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ସୂଚନା ଦେଇଛନ୍ତି। ରଜଧାନୀ ଦିଲ୍ଲୀରେ ମୋଟ ୨୭ ହଜାର ୭୨୩ ଜଣ ଜବାନଙ୍କୁ ମୁତୟନ କରାଯାଇଥିବା ଆସ୍ଥାନା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ମୋଟ ୭୧ ଜଣ ଡିସିପିଙ୍କ ନେତୃତ୍ୱରେ ୨୧୩ ଜଣ ଏସିପି, ୭୧୩ ଜଣ ଇନିସପେକ୍ଟର, ଦିଲ୍ଲୀ ପୋଲିସ କମାଣ୍ଡୋ, ସଶସ୍ତ୍ର ବଟାଲିୟନ ଅଧିକାରୀ ଓ ଜବାନଙ୍କ ସମେତ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳର ୬୫ କମ୍ପାନୀ ଫୋର୍ସ ଏବେ ଦିଲ୍ଲୀରେ ମୁତୟନ ହୋଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରାୟତଃ ଅସାମାଜିକ ତତ୍ୱଙ୍କ ଟାର୍ଗେଟ୍‌ରେ ଥାଏ ଏହା ଛଡା ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ସମାରୋହ ପୂର୍ବରୁ ଆତଙ୍କବାଦ ଗତିବିଧିକୁ ନଜରରେ ରଖି ଏପରି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆସ୍ଥାନା କହିଛନ୍ତି।ତେବେ ଡିସିପି ଓ ଏସିପିଙ୍କୁ ମିଶାଇ ମୋଟ ୨୦ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଦିଲ୍ଲୀ ପୋଲିସ କମାଣ୍ଡୋ ଓ ସିଏପିଏଫ କମାଣ୍ଡୋ ମଧ୍ୟ ମୁତୟନ ହୋଇଛନ୍ତି । ଗତ ୨ ମାସରେ ଆତଙ୍କବାଦୀ ଟାର୍ଗେଟରେ ଦିଲ୍ଲୀ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ସୂଚନା ଦେଇଛନ୍ତି । ସେହିପରି ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପରେଡର ରୀପରେଖ ସ୍ପଷ୍ଟ ହୋଇଯାଇଛି । ଭାରତୀୟ ସେନା ପକ୍ଷରୁ ଏନେଇ ଏକ ବୟାନ ଜାରି ହୋିଥିବା   ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ୧୬ଟି ମାର୍ଚ୍ଚିଂ ସ୍କ୍ୱାର୍ଡ, ୧୭ଟି ସେନ୍ୟ ବ୍ୟାଣ୍ଡ ଓ ବିଭିନ୍ନ ରାଜ୍ୟ, ବିଭାଗ ତଥା ସଶସ୍ତ୍ର ବଳଙ୍କ ୨୫ଟି ପ୍ରଜ୍ଞାପନ ମେଢ ଦିଲ୍ଲୀ ରାଜପଥରେ ବାହାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: