ରାଜଧାନୀ ବାସୀମାନଙ୍କୁ ଓଦା-ଶୁଖିଲା ଆବର୍ଜନାକୁ ନେଇ ସଚେତନ କରାଇବେ କିନ୍ନର

ଭୁବନେଶ୍ୱର , ୨୯।୦୧ :ରାଜଧାନୀ ବାସୀମାନଙ୍କୁ ଓଦା-ଶୁଖିଲା ଆବର୍ଜନାକୁ ନେଇ ସଚେତନ କରାଇବେ କିନ୍ନର| ରାଜଧାନୀ ଭୁବନେଶ୍ୱରରେ ଆବର୍ଜନାକୁ ନେଇ ଏବେ ସୁଦ୍ଧା ସଚେତନ ହୋଇପାରୁ ନାହାନ୍ତି ରାଜଧାନୀ । ଓଦା, ଶୁଖିଲା ଅଳିଆକୁ ପୃଥକ୍ କରୁନାହାନ୍ତି ଭୁବନେଶ୍ୱର ବାସିନ୍ଦା । ବିଏମସି ପକ୍ଷରୁ ନାନା ପ୍ରକାରର ପଦକ୍ଷପ ନିଆଯାଉଥିଲେ ବି ଲୋକମାନଙ୍କ ମଧ୍ୟରେ ଅସଚେତନତା ଦେଖିବାକୁ ମିଳିଛି । ବିଶେଷ ଭାବରେ ଆପାର୍ଟମଣ୍ଟେ ଗୁଡିକରେ ଲୋକମାନେ ଆବର୍ଜନା ଅଳିଆ ଗାଡିରେ ନଦେଇ ରାସ୍ତାରେ ଗଦାଇ ଦେଉଥିବାର ଦେଖିବାକୁ ମିଳିଛି ଯାହାକୁ ନେଇ ଭୁବନେଶ୍ୱର ରାସ୍ତା କଡରେ ଏବେ ଗଦା ଗଦା ଅଳିଆ ଦେଖିବାକୁ ମିଳିଛି । ତେବେ ଏଦିଗରେ ଲୋକମାନେ ସଚେତନ ହେଉନଥିବାରୁ କିନ୍ନର ମାନଙ୍କ ସହାୟତା ଲୋଡିଛି ବିଏମସି । ଏଣିକି ରାଜଧାନୀର ଆପାର୍ଟମେଣ୍ଟ ଗୁଡିକରେ କିନ୍ନର ମାନେ ସଚେତନ କରାଇବେ । ଫ୍ଲାଟ ଟୁ ଫ୍ଲାଟ ବୁଲି ବୁଲି ଓଦା ଶୁଖିଲା ଆବର୍ଜନା ଅଲଗା କରିବା ଦିଗରେ ଲୋକମାନଙ୍କୁ ସଚେତନ କରାଇବେ କିନ୍ନର । ଆଜି ଏନେଇ ବିଏମସି ପକ୍ଷରୁ କରାଯାଇଥିବା ଏକ ବୈଠକରେ ନିଷ୍ପତି ହୋଇଛି । ଏହା ପରେ ମଧ୍ୟ ବ୍ୟବସ୍ଥାରେ ସୁଧାର ନ ଆସିଲେ ଆପାର୍ଟମେଣ୍ଟ ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ସଂପର୍କରେ କିନ୍ନର ମହାସଂଘ ସହ ବିଏମ୍‌ସି ପକ୍ଷରୁ ଆଲୋଚନା ଶେଷ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: